Latest Odisha News

BREAKING NEWS

ଓଜନ କମାଇବ ଧନିଆ !

ଭୁବନେଶ୍ୱର: ମୋଟାପଣ ଏବଂ ଓଜନ ବଢିବା ସମସ୍ତଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଓଜନ କମାଇବା ପାଇଁ ଲୋକମାନେ ଜିମ୍ ଏବଂ ଏକ୍ସରସାଇଜର ସାହାରା ନେଇଥାନ୍ତି । ଜିମ୍ ଯାଇ ଏକ୍ସରସାଇଜ ଏବଂ ଡାଏଟିଙ୍ଗ କରିବା ଦ୍ୱାରା ମଧ୍ୟ ମୋଟାପଣ କମିନଥାଏ । ଆସନ୍ତୁ ଜାଣିବା ଘର ତିଆରି ଏକ ପାନୀୟ ସମ୍ପର୍କରେ ଯାହକୁ ପିଇବା ଦ୍ୱାରା ଆପଣଙ୍କ ଓଜନ କମିପାରିବ ।

ଆପଣ ଖାଇବା ସମୟରେ ଧନିଆ ସେବନ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ପାଇଥାଏ । ଏହା ଛଡା ଧନିଆ ଖାଇବା ଦ୍ୱାରା ପେଟର ଗ୍ୟାସ, ମଧୁମେହ ରୋଗରୁ ମୁକ୍ତି ମିଳିଥାଏ ।

୨୫ ଗ୍ରାମ ଧନିଆକୁ ରାତିରେ ଏକ ଗ୍ଲାସ ପାଣିରେ ମିଶାଇ ରଖିଦିଅନ୍ତୁ ଏବଂ ସକାଳୁ ଏହାକୁ ଛାଣି ପିଅନ୍ତୁ । କିନ୍ତୁ ଏହାକୁ ଖାଲି ପେଟରେ ପିଇବା ଦରକାର । ଏହି ପାଣିରେ ଏକ ଚାମଚ ମହୁ ମିଶାଇ ପିଇପାରିବେ । ଧନିଆ ପାଣିକୁ ୧୫ରୁ ୨୦ ଦିନ ପିଇବା ପରେ ଏହା ଓଜନ କମାଇବାରେ ସହାୟକ ହୋଇଥାଏ । ଯଦି ଏହି ପାଣିକୁ ପିଇ ପାରୁନାହାଁନ୍ତି ତାହାଲେ ପ୍ରତିଦିନ ଖାଲି ପେଟରେ ଏକ ଚାମଚ ଧନିଆ ଖାଆନ୍ତୁ ।

ପେଟ ଖରାପ ହେଲେ ଧନିଆ ସେବନ କରନ୍ତୁ । ଧନିଆ ଖାଇବା ପରେ ଏକ ଗ୍ଲାସ ଗରମ ପାଣି ପିଅନ୍ତୁ । ଏହା ସହ ବିଟଲୁୁଣ ଖାଆନ୍ତୁ ଯାହା ଦ୍ୱାରା ପେଟ ରୋଗ କମିଯାଇପାରିବ ।

Leave A Reply

Your email address will not be published.