Latest Odisha News

BREAKING NEWS

‘ଡ୍ୟାନ୍ସ ଦିୱାନେ’ ଫାଇନାଲରେ ଓଡିଆ ପୁଅ ଓମ୍

ଭୁବନେଶ୍ୱର: କଲର୍ସ ଟିଭି ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ଭିତ୍ତିକ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ’ ସିଜନ-୨ର ଫାଇନାଲରେ ପ୍ରବେଶ କରିଛନ୍ତି ଓଡିଆ ପୁଅ ଓମ୍ ଶୁଭମ୍ ମହାପାତ୍ର ।

ଫାଇନାଲରେ ପ୍ରବେଶ କରିବା ସହିତ ବାରିପଦାର ଏହି ଓଡିଆ ପୁଅ ଜଣକ ମାତ୍ର ୧୦ ବର୍ଷ ବୟସରେ ନିଜର ଜବରଦସ୍ତ ଡ୍ୟାନ୍ସ ପରଫର୍ମାନ୍ସ ବଳରେ ବିଚାରକ ମାଧୁରୀ ଦିକ୍ଷିତ, କୋରିଓଗ୍ରାଫର୍ ତୁଷାର କାଲିଆ ଓ ନିର୍ଦ୍ଦେଶକ ଶଶାଙ୍କ ଖୈତାନଙ୍କ ମନ ଜିଣିପାରିଚନ୍ତି ।

ଏହାବ୍ୟତିତ ଶୁଭମ୍ ଗତ ସପ୍ତାହରେ ‘ବେଷ୍ଟ ଚତ୍ମକାର ଫରଫର୍ମର’ ଆୱାର୍ଡ ମଧ୍ୟ ଜିତି ସାରିଛନ୍ତି ।

ଏହି ଓଡିଆ ପୁଅଙ୍କ ଡ୍ୟାନ୍ସିଂ ଟ୍ୟାଲେଣ୍ଟକୁ ଅକ୍ଷୟ କୁମାର, ସୋନାକ୍ଷୀ ସିହ୍ନା ଓ ବିଦ୍ୟା ବାଲାନଙ୍କ ଭଳି ବଲିଉଡ ତାରକା ମାନେ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ।

ଶୁଭମଙ୍କ ପରିବାର ବର୍ଗ ପୁଅକୁ ଫାଇନାଲରେ ଜିତାଇବା ପାଇଁ ସମସ୍ତଙ୍କୁ ଭୋଟିଂ କରିବା ଲାଗି ଅନୁରୋଧ କରିଛନ୍ତି । ଏହି ଭୋଟିଂ ଲାଇନ୍ ରବିବାର ରାତି ୧୦ଟାରୁ ସକାଳ ୧୦ଟା ଯାଏଁ ଖୋଲା ରହୁଛି ।

Leave A Reply

Your email address will not be published.