Latest Odisha News

BREAKING NEWS

ଜାମିନ ନାମଞ୍ଜୁର ପରେ ଜେଲ ଗଲେ କୋଟିପତି ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଜିବ ଅଜୟ ଦାସଙ୍କ ଜାମିନ ନାମଂଜୁର ହୋଇଛି । ଏହାପରେ ତାଙ୍କୁ ଝାରପଡା ଜେଲ୍‌କୁ ପଠାଇ ଦିଆଯାଇଛି ।

ବୁଧବାର ତାଙ୍କ ଭୁବନେଶ୍ୱର ଅଫିସ୍‌, ପଟିଆରେ ଥିବା ଫ୍ଲାଟ୍‌, ଟଙ୍କପାଣି ରୋଡ଼ ରତ୍ନାକର ବାଗ୍‌ ଘର,ବାଲେଶ୍ୱର ଘର ସମେତ ୬ଟି ସ୍ଥାନରେ ଚଢ଼ଉ ହୋଇଥିଲ । ଗୁରୁବାର ମଧ୍ୟ କିଛି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ୩ କୋଟି ୭୯ ହଜାର ୫୩୮ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ ହୋଇଛି । ବଡ଼ କଥା ହେଲା ତାଙ୍କ ଘରକୁ ୧ କେଜି ୧୦୦ ଗ୍ରାମ୍‌ର ସୁନା ଅଳଙ୍କାର ଜବତ ହୋଇଛି ।

ପତ୍ନୀ ସଂଘମିତ୍ରା ଦାସଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି । ଅଜୟ ଏବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ସ୍ବତନ୍ତ୍ର ସଚିବ ଅଛନ୍ତି । ସେପ୍ଟେମ୍ବର ୩୦ରେ ଚାକିରିରୁ ଅବସର ନେଇଥାନ୍ତେ ଅଜୟ।

Leave A Reply

Your email address will not be published.