Latest Odisha News

BREAKING NEWS

ଆଜିଠୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର:ଆଜିଠାରୁ ମାଟ୍ରିକର ପ୍ରଥମ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ । କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଦିନକୁ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା ।ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ଗୋଟାଏ ଯାଏଁ ପରୀକ୍ଷା ହେବ । ଛାତ୍ରଛାତ୍ରୀ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିପାରିବେ ।

ଚାରିଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ୩ଦିନ ଥିଓରୀ ପରୀକ୍ଷା ଥିବାବେଳେ ୮ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ । ପ୍ରଥମ ସିଟିଂରେ ଓଡ଼ିଆ ବିଷୟରେ ପରୀକ୍ଷା ହେବ । ଦ୍ୱିତୀୟ ସିଟିଂରେ ଗଣିତ ବିଷୟ ରହିଛି ।

ପରୀକ୍ଷା ପାଇଁ ୩ହଜାର ୦୯୩ଟି ସେଣ୍ଟର କରାଯାଇଛି । ୩୧୧ଟି ନୋଡ଼ାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି । ୫ଲକ୍ଷ ୭୬ହଜାର ୨୨୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.