Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ କେଉଁଠି କଣ ଓ କେତେ ସମ୍ପତ୍ତି ଅଛି ?

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଆପଣେଇଛନ୍ତି ଜିରୋ ଟଲେରାନ୍ସ ନୀତି । ଲୋକ ପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ କରିଛନ୍ତି ସରକାର । ତାପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ନିଜ ସମ୍ପତ୍ତି ତାଲିକା ପ୍ରକାଶ କରିଛନ୍ତି । ୨୦୨୦ ମାର୍ଚ୍ଚ ସୁଦ୍ଧା ସମ୍ପତ୍ତି ତାଲିକା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆଦିଲ୍ଲୀ ଜନପଥଙଓରେ ଅଛି ୨ଟି ଆକାଉଣ୍ଟ । ବ୍ୟାଙ୍କ ଅଫ ଇଣ୍ଡିଆ ସେଭିଙ୍ଗ୍‌ସ ଆକାଉଣ୍ଟରେ ୧୬ଲକ୍ଷ ୭୬ହଜାର ଟଙ୍କା ଓ ଅନ୍ୟ ଗୋଟିଏ ଈଙଓରେ ୧କୋଟି ୩ଲକ୍ଷ ଟଙ୍କାର ଫିକ୍‌ସ ଡିପୋଜିଟ୍ ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ(ଝଈଓ) ୪ଟି ଆକାଉଣ୍ଟ ରହିଛି । ଭୁବନେଶ୍ୱର ସେଭିଙ୍ଗ୍‌ସ ଆକାଉଣ୍ଟରେ ୧୦ଲକ୍ଷ ୫୬ ହଜାର ଟଙ୍କା, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଝଈଓ ଶାଖାରେ ୨ଟି ଆକାଉଣ୍ଟ ରହିଛି । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ୨ଟି ଆକାଉଣ୍ଟ ଖୋଲାଯାଇଥିଲା ।

୨୦୧୪ ନିର୍ବାଚନ ପାଇଁ ଖୋଲାଯାଇଥିବା ଆକାଉଣ୍ଟରେ ୬୭୪୬ ଟଙ୍କା, ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଥିବା ଆକାଉଣ୍ଟରେ ରହିଛି ୧୩ହଜାର ୮୧୮ଟଙ୍କା । ସେହିପରି ୨୦୧୯ ନିର୍ବାଚନ ପାଇଁ ବରଗଡ଼ ପଦ୍ମପୁର ଝଈଓ ଶାଖାରେ ଖୋଲାଯାଇଥିବା ଆକାଉଣ୍ଟରେ ୩୭ ହଜାର ୨୨୩ ଟଙ୍କା ଅଛି ।

ମୁଖ୍ୟମନ୍ତ୍ରୀଙ୍କ ଅଛି ୧୯୮୦ ମଡେଲର ଆମ୍ବାସଡର କାର୍ । ଯାହାର ଆନୁମାନିକ ମୂଲ୍ୟ ୮ ହଜାର ୯୦୫ ଟଙ୍କା । ସ୍ଥାବର ସମ୍ପତ୍ତି ତାଲିକାରେ ଅଛି ଜମି ଓ ବାସଗୃହ । ଫରିଦାବାଦରେ ଅଛି ୨୨.୭ ଏକର ଜମି ଓ କୋଠା । ଯାହାର ଆନୁମାନିକ ମୂଲ୍ୟ ୧୦କୋଟି ୭୫ଲକ୍ଷ ଟଙ୍କା ହେବ ।

ନବୀନ ନିବାସରେ ନବୀନଙ୍କର ଅଛି ଦୁଇ ତୃତୀୟାଂଶ ସେୟାର । ନବୀନ ନିବାସ ଭାଗର ଆନୁମାନିକ ମୂଲ୍ୟ ୯କୋଟି ୫୨ଲକ୍ଷ ଟଙ୍କା । ଦିଲ୍ଲୀ ସ୍ଥିତ ଅବଦୁଲ କଲାମ ମାର୍ଗରେ ଆନୁମାନିକ ୪୩କୋଟି ୩୬ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।

Leave A Reply

Your email address will not be published.