Latest Odisha News

BREAKING NEWS

୪ରୁ ୫ ଦିନରେ ବର୍ଷା ସମ୍ଭାବନା , ପଡିବ ପ୍ରବଳ ଥଣ୍ଡା

ଭୁବନେଶ୍ୱର: ଆଗାମୀ ୪-୫ ଦିନରେ ପ୍ରବଳ ବର୍ଷା, ଆଉ ବର୍ଷା ପରେ ପଡିବ ପ୍ରବଳ ଥଣ୍ଡା । ଶୀତ ଦିନରେ ଲଘୁଚାପ ବର୍ଷା ଏବଂ ବାତ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରାୟ ଚାଷୀଙ୍କର ବର୍ଷର ଅମଳ ଉଜୁଡିଯାଇଛି। ଏହା ମଧ୍ୟରେ ଆଗକୁ ପୁଣି ବର୍ଷା ହେବାର ଆକଳନ କରି ପାଣିପାଗ ବିଭାଗ ସୂଚନା ଦେଇଛି ।

ଆଉ ବର୍ଷା ପରେ ପ୍ରବଳ ଥଣ୍ଡା ମଧ୍ୟ ପଡିବ ବୋଲି ମଧ୍ୟ ପାଣିପାଗ ବିଭାଗ କହିଛି । ପାଣିପାଗ ବିଭାଗ ଦେଇଥିବା ଚେତାବନୀ ଅନୁଯାୟୀ, ଆଗାମୀ ୪-୫ ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ କିଛି ଅଞ୍ଚଳରେ ଘନ କୁହୁଡି ମଧ୍ୟ ରହିବ ବୋଲି ସୂଚନା ମିଳିଛି । ପାହାଡ ଅଞ୍ଚଳରେ ବରଫପାତର ମଧ୍ୟ ସମ୍ଭାବନା ରହିଛି ।

ପାଣିପାଗ ବିଭାଗ(IMD) ଅନୁସାରେ ୱେଷ୍ଟର୍ଣ୍ଣ ଡିଷ୍ଟରବେନ୍ସ ଯୋଗୁଁ ବର୍ଷା ହେବ । ୱେଷ୍ଟର୍ଣ୍ଣ ଡିଷ୍ଟରବେନ୍ସର ପ୍ରଭାବ ୧୩ ଡିସେମ୍ବରରେ ପଶ୍ଚିମ ହିମାଳୟ ଅଞ୍ଚଳରେ ନଜର ଆସିବ । ଏହି କାରଣରୁ ବର୍ଷା ଓ ବରଫପାତ ହୋଇପାରେ । ଜମ୍ମୁ-କଶ୍ମୀର, ଲଦାଖ୍, ଗିଲଗିଟ-ବାଲ୍ଟିଷ୍ଟାନ୍, ମୁଜଫରାବାଦ ଓ ହିମାଚଳ ପ୍ରଦେଶରେ ୱେଷ୍ଟର୍ଣ୍ଣ ଡିଷ୍ଟରବେନ୍ସର ପ୍ରଭାବ ୧୩ରୁ ୧୫ ଡିସେମ୍ବର ମଧ୍ୟ ଦେଖିବାକୁ ମିଳିବ ।

Leave A Reply

Your email address will not be published.