Latest Odisha News

BREAKING NEWS

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଗୃହ ମନ୍ତ୍ରାଳୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶୁକ୍ରବାର ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ୩ ଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଦିଲ୍ଲୀରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରାଳୟ ବୈଠକ ବସିବ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ବୈଠକରେ କେନ୍ଦ୍ରୀୟ ଅଂଶଧନ ବକେୟା ଅର୍ଥ ପ୍ରଦାନ ପ୍ରସଙ୍ଗ ଉଠାଇ ପାରନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଉପରେ ୨୦୧୭ ମାଓ ଦମନ ନେଇ ୯୦୭ କୋଟି ଟଙ୍କା ବାକି ପଡ଼ିଛି । ରାଜ୍ୟର ୫ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି ।

ମାଓ ମୁକାବାଲା ନେଇ କେନ୍ଦ୍ରକୁ ଅବଗତ କରିବା ସହ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବେ। ୨୬ ତାରିଖରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗୃହମନ୍ତ୍ରାଳୟ ବୈଠକ ବିସିବ। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଯୋଗଦେବେ ।  ଛତିଶିଗଡ଼ ,ଝାଡଖଣ୍ଡ ଓ ଓଡ଼ିଶା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ଏହି ବୈଠକରେ ।

କହିବାକୁ ଗଲେ ରବିବାର ଦିନ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ ରହିବ। ରାଜ୍ୟ ସରକାର ମାଓ ମୁକାବିଲା ନେଇ କଣ ପଦକ୍ଷେପ ସବୁ ନେଇଛନ୍ତି ସେ ବିଷୟରେ କହିବେ ଏହି ବୈଠକରେ । ଅନ୍ୟପଟେ କେନ୍ଦ୍ର ଗୃହ ସଚ୍ଚିବ ଅଜୟ ଭାଲା, ଇଣ୍ଟେଲଜେନ୍ସି ବ୍ୟୁରୋ ନିର୍ଦ୍ଦେଶକ ଅରବିନ୍ଦ କୁମାର ଏବଂ ଗୃହମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ତଥା ଜିଡି,ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ମଧ୍ୟ ଅନୁଷ୍ଠିତ ଏହି ବୈଠକରେ ଯୋଗଦେବେ। ।

Leave A Reply

Your email address will not be published.