Latest Odisha News

ପାର୍ବଣ ଋତୁ ବିଗାଡିବା ଲକ୍ଷ୍ୟରେ ଆତଙ୍କବାଦୀ, ଦେଶରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଭାରତରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି । ଆଉ ଏହି ଖୁସିର ମାହୋଲକୁ ବିଗାଡିବା ଲକ୍ଷ୍ୟରେ ରହିଛନ୍ତି ଆତଙ୍କବାଦୀ । ଗୋଇନ୍ଦା ସଂସ୍ଥାରୁ ଇନପୁଟ ପାଇବା ପରେ ସରକାର ଦେଶରେ ହାଇଆଲର୍ଟ ଜାରୀ କରିଛନ୍ତି । ଗତ ସପ୍ତାହରେ ବିଭିନ୍ନ ରାଜ୍ୟରୁ ୬ ଆତଙ୍କବାଦୀ ଗିରଫ ହୋଇଥିଲେ । ସେମାନଙ୍କଠାରୁ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି ।

ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବା ପରେ ପାକିସ୍ତାନକୁ ବଳ ମିଳିଯାଇଛି । ନିଷ୍କ୍ରିୟ ଥିବା ଆତଙ୍କବାଦୀ ଲଂଚପ୍ୟାଡଗୁଡିକ ଏବେ ପୁନର୍ବାର ସକ୍ରିୟ ହୋଇ ଉଠିଛନ୍ତି । ପୋଲିସ, ସେନା ଓ ସୁରକ୍ଷାକର୍ମୀଙ୍କୁ ଏ ନେଇ ସଜାଗ କରାଯାଇଛି ।

Leave A Reply

Your email address will not be published.