Latest Odisha News

BREAKING NEWS

ଏହି ଅବତାରରେ ନିଜ ମା’ଙ୍କ ମୁଣ୍ଡ କାଟିଥିଲେ ଭଗବାନ ବିଷ୍ଣୁ, ଜାଣନ୍ତୁ

ଭୁବନେଶ୍ୱର: ଲୀଳାମୟ ବିଷ୍ଣୁ ଅନେକଥର ଏହି ଧରାପୃଷ୍ଠରେ ଅବତାର ନେଇଛନ୍ତି । ପାପର ଭାର ଅଧିକ ହେଲବ ଧର୍ମ ରକ୍ଷା ପାଇଁ ମଣିଷ ରୂପରେ ଏ ପୃଥିବୀକୁ ଓଲ୍ହାଇ ଆସନ୍ତି ଭଗବାନ ।

ପୁରାଣ ଅନୁଯାୟୀ ବିଷ୍ଣୁ ଦେବଙ୍କର ୧୦ ଟି ଅବତାର ରହିଛି । ତାମଧ୍ୟରୁ ପର୍ଶୁରାମ ଅନ୍ୟତମ ।

ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାରରେ ସେ ଋଷି ଜମଦଗ୍ନି ଓ ରେଣୁକାଙ୍କ ପୁତ୍ର ପର୍ଶୁରାମ ହୋଇ ଜନ୍ମ ହୋଇଥିଲେ । ଏହି ଅବତାରରେ ଭଗବାନ ତାଙ୍କ ମାଆଙ୍କ ମୁଣ୍ଡ କାଟିଦେଇଥିବା ଆପଣମାନେ ପୁରାଣରେ ପଢିଥିବେ । ତେବେ କଣ ଆପଣ ଜାଣନ୍ତି ପର୍ଶୁରାମଙ୍କ ଏପରି ପଦକ୍ଷେପ ପଛରେ କାରଣ କଣ ରହିଛି?

ଶାସ୍ତ୍ର ଅନୁସାରେ, ଜମଦଗ୍ନୀ ଓ ମାତା ରେଣୁକାଙ୍କ ୫ ପୁଅଙ୍କ ମଧ୍ୟରୁ ପର୍ଶୁରାମ ଥିଲେ ସବୁଠୁ ସାନ । ପ୍ରଥମେ ତାଙ୍କ ନାମ ରାମ ଥିଲା। ତେବେ ଶିବଙ୍କ ଠାରୁ ବରରେ ପ୍ରାପ୍ତ କରିଥିବା ପରଶୁ ଯୋଗୁ ପରେ ସେ ପର୍ଶୁରାମ ଭାବେ ପରିଚିତ ହୋଇଥିଲେ।

ପର୍ଶୁରାମଙ୍କ ସ୍ଵଭାବ ଅତ୍ୟନ୍ତ କ୍ରୋଧି ଥିଲା। ଏକଦା ତାଙ୍କ ମାତା ରେଣୁକା ଆଶ୍ରମ ପାଖର ଏକ ନଦୀକୁ ପାଣିଆଣିବାକୁ ଯାଇଥିଲେ। ସେଠାରେ ରେଣୁକା ପାଣି ଆଣିବା ପାଇଁ ଯିବା ବେଳେ ଜଣେ ରାଜପୁତ୍ରଙ୍କୁ ଦେଖି ମୋହିତ ହୋଇଯାଇ ସେ କଣ ପାଇଁ ଆସିଛନ୍ତି ତା ମଧ୍ୟ ଭୁଲି ଯାଇଥିଲେ। ଏପଟେ ସ୍ୱାମୀ ଯମଦଗ୍ନି ଧ୍ୟାନବଳରେ ଜାଣିଗଲେ ରେଣୁକାଙ୍କ ମନୋବସ୍ଥା । ଏହା ଜାଣିପାରି ସେ କ୍ରୋଧିତ ହୋଇଥିଲେ। ରେଣୁକା ଆଶ୍ରମରେ ପହଞ୍ଚିବା ପରେ ତାଙ୍କୁ ବଦ୍ଧ କରିବାକୁ ଜଣ ଜଣ କରି ସବୁ ପୁଅଙ୍କ ଆଦେଶ ଦେଲେ ସେ । ମାତ୍ର ସମସ୍ତେ ମନା କରିବାରୁ ପର୍ଶୁରାମଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯମଦଗ୍ନି । ମାତାଙ୍କ ସମେତ ୪ ଭ୍ରାତାଙ୍କୁ ବଦ୍ଧ କରିବାକୁ କହିଥିଲେ। ପିତାଙ୍କ ଆଜ୍ଞାକୁ ସମ୍ମାନ ଜଣାଇ ପର୍ଶୁରାମ ସମସ୍ତଙ୍କୁ ବଦ୍ଧ କରିଥିଲେ ।

ଏଥିରେ ସନ୍ତୁଷ୍ଟ ହୋଇ ଜମଦ୍ୟଗ୍ନୀ ପର୍ଶୁରାମଙ୍କୁ ବର ଯାଚନା କରିଥିଲେ। ଏହାପରେ ସେ ବରରେ ତାଙ୍କ ମାତା ଓ ୪ ଭାଇଙ୍କୁ ପୂନର୍ଜୀବନଲାଗି ନିବେଦନ କରିଥିଲେ । ଏଥିରେ ପିତା ତାଙ୍କର ସମସ୍ତ କାମନା ପୂରଣ କରିଥିଲେ।

Leave A Reply

Your email address will not be published.