Latest Odisha News

ବସ୍ତି ବାସିନ୍ଦାଙ୍କ ସମର୍ଥନରେ ବାହାରିଲା କଂଗ୍ରେସ

ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ପାଇଁ ଅଣ୍ଟା ଭିଡିଲା ଜିଲ୍ଲା କଂଗ୍ରେସ । ଆଜିକୁ ୧୧ ଦିନ ହେବ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୬୫ ଡୁମୁଡୁମା ହାଉସିଂବୋର୍ଡ ଫେଜ୍-୧, ସୁବାଷବୋଷ ନଗର ବସ୍ତି ବାସିନ୍ଦାମାନେ ରାଜ୍ୟ ସରକାରଙ୍କ ଦ୍ୱାରା ବେଆଇନ ବସ୍ତି ଉଚ୍ଚେଦକୁ ବିରୋଧ କରି  ଦିବାରାତ୍ର ଧାରଣାରେ ବସିଛନ୍ତି । ଏହାକୁ ସମର୍ଥନ କରି ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ଅନୁରୋଧ କ୍ରମେ କଂଗ୍ରେସ ନେତୃବୃନ୍ଦ ଉକ୍ତ ଧାରଣାରେ ସାମିଲ ହୋଇଥିଲେ ।

ଧାରଣାରେ ଯୋଗଦେଇ ଏଆଇସିସି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ବସ୍ତିବାସିନ୍ଦାଙ୍କୁ ସମ୍ବୋଧିତ କରି କହିଥିଲେ ଗରିବ ଶ୍ରେଣୀୟ ଲୋକଙ୍କୁ କଂଗ୍ରେସ ଦଳ ସଦାସର୍ବଦା ସୁରକ୍ଷା ଦେଇ ଆସୁଛି । ଡ. ଚେଲା କୁମାର କହିଥିଲେ କେବଳ ଆଜି ନୁହେଁ ଯେପର୍ୟ୍ୟନ୍ତ ବସ୍ତିବାସିନ୍ଦାମାନଙ୍କୁ ନ୍ୟାୟ ନମିଳିଛି ସେଯାଏ କଂଗ୍ରେସ ଦଳ ଆନ୍ଦୋଳନରେ ସାମିଲ ହୋଇ ରହିଥିବ ।

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଅନୁରୂପ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଇ କହିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବିରୋଧି ସରକାର । ଦରଦାମ ଠାରୁ ଆରମ୍ଭ କରି ସ୍ଥାୟୀତ୍ୱ ପର୍ୟ୍ୟନ୍ତ ସବୁଥିରେ ବିଫଳ । କଂଗ୍ରେସ କାଲି ମଧ୍ୟ ଗରିବ, ଦଳିତ ଓ ଅସହାୟଙ୍କ ସହ ଥିଲା ଆଗକୁ ମଧ୍ୟ ଅନ୍ୟାୟ ବିରୋଧରେ ପ୍ରଭାବିତଙ୍କ ସାଙ୍ଗରେ ଠିଆ ହେବ ।

ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଉପସଭାପତି ଶିବାନନ୍ଦ ରାୟ ବସ୍ତିବାସିନ୍ଦାଙ୍କୁ ଆସ୍ୱସନା ଦେଇ କହିଥିଲେ ପୋଲିସ, ପ୍ରଶାସନ କିମ୍ବା ସରକାର ବେଆଇନ ଭାବେ ବସ୍ତି ଉଚ୍ଛେଦ କରିପାରିବେ ନାହିଁ । ଯଦି ସେପରି କିଛି ପରିସ୍ଥିତି ଉପୁଜେ ତେବେ କଂଗ୍ରେସ ଦଳ ଆଗରେ ଠିଆହେବ ବୋଲି କହିଥିଲେ ।

 

Leave A Reply

Your email address will not be published.