Latest Odisha News

ଚୀନର ସବୁଠାରୁ ବୟସ୍କ ମହିଳାଙ୍କ ୧୩୫ ବର୍ଷରେ ପରଲୋକ

ବେଜିଂ: ଚୀନର ସବୁଠାରୁ ବୟସ୍କ ମହିଳା ଆଲମିହାନ ସେୟତିଙ୍କ ୧୩୫ ବର୍ଷ ବୟସରେ ପରଲୋକ ହୋଇଛି । ଶିନଜିୟାଙ୍ଗ ଉଇଗୁର ଅଂଚଳର ଅଧିକାରୀ ଏହା ଘୋଷଣା କରିଛନ୍ତି । ସେୟତିଙ୍କ ଜନ୍ମ ୨୫ ଜୁନ ୧୮୮୬ରେ ହୋଇଥିଲା । ୨୦୧୩ରେ ଚାଇନା ଆସୋସିଏଶନ ଅଫ ଗେରୋଂଟାଲୋଜି ଆଣ୍ଡ ଜେରିୟାଟ୍ରିକ୍ସ ସେୟତିଙ୍କୁ ଦେଶର ସବୁଠାରୁ ବୟସ୍କ ମହିଳା ଭାବେ ଚିହ୍ନଟ କରିଥିଲା । ତାଙ୍କ ଦୈନନ୍ଦିନ ଜୀବନ ବହୁତ ଶୃଙ୍ଖଳିତ ଥିଲା । ମୃତ୍ୟୁ ପୂର୍ବରୁ ସେ ରୋଗଗ୍ରସ୍ତ ନ ଥିଲେ ।

ଶେୟାତି ରହୁଥିବା ଅଂଚଳରେ ୯୦ ବର୍ଷରୁ ଅଧିକ ଅନେକ ବ୍ୟକ୍ତି ରହିଛନ୍ତି । ସରକାର ସେମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ସବସିଡି ପ୍ରଦାନ କରୁଛି । ତେବେ ଆନ୍ତର୍ଜାତୀୟସ୍ତରରେ ସେ ବୟସ୍କ ମହିଳା ଭାବେ ମାନ୍ୟତା ପାଇ ନାହାନ୍ତି । ଏଥିପାଇଁ ଆବଶ୍ୟକ ଡକ୍ୟୁମେଂଟ ସେ ଦେଇପାରି ନାହାନ୍ତି ।

Leave A Reply

Your email address will not be published.