Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀଙ୍କ ଅବିକଳ ନାଁରେ ନକଲି ଭାକ୍ସିନ୍ ସାର୍ଟିଫିକେଟ୍‌ ଭାଇରାଲ୍, ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ତେଲ, ଡାଲି ଓ ମସଲା ଭେଜାଲ୍ ହେବା ନେଇ ଆପଣ ଶୁଣିଥିବେ କିମ୍ବା ପଢିଥିବେ । ହେଲେ ଏକାଧିକ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ଭାକ୍ସିନ୍ ସାର୍ଟିଫିକେଟ୍ ବିଷୟରେ ଆପଣ କେବେ ହେଲେ ସୁରାଗ ପାଇନଥିବେ । ତେବେ ଅପରାଧର ଅନ୍ୟତମ ସହର ଉତ୍ତରପ୍ରଦେଶରେ ଏହି ଘଟଣା ସାମ୍ନାକୁ ଆସିଛି ।

ଉତ୍ତରପ୍ରଦେଶ ଇଟାୱା ଜିଲ୍ଲାର ତାଖା ତହସିଲ ଅଧିନରେ ଥିବା ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ଭାକ୍ସିନ ସାର୍ଟିଫିକେଟ୍ ଜାରି ହୋଇଥିବା ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ ଷଡଯନ୍ତ୍ର ସନ୍ଦେହ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ ପାଇଁ ନିର୍ଦ୍ଦେଶ ମିଳିଥିଲା ।

ଅମିତ ଶାହ, ନୀତିନ ଗଡକରି ଓ ପିୟୁଷ ଗୋୟାଲଙ୍କ ଭଳି କେନ୍ଦ୍ରମନ୍ତ୍ରୀଙ୍କ ନାଁ ସହ ସାମଂଜସ୍ୟ ରଖୁଥିବା ନାମରେ ନକଲି ସାର୍ଟିଫିକେଟ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ସମସ୍ତ ସାର୍ଟିଫିକେଟରେ ମନ୍ତ୍ରୀମାନଙ୍କର ବୟସ ୨୬ରୁ ୩୭ ବର୍ଷ ମଧ୍ୟରେ ରହିଛି । ଏପରିକି ଏହି ବ୍ୟକ୍ତିମାନେ ଡିସେମ୍ବର ୧୨ ତାରିଖରେ ପ୍ରଥମ କୋଭିଡ ଡୋଜ ନେଇଥିବା ଓ ମାର୍ଚ୍ଚ ୫, ଅପ୍ରେଲ ୩ ତାରିଖ ୨୦୨୨ରେ ଦ୍ୱିତୀୟ ଡୋଜ ନେବା ନେଇ ଧାର୍ଯ୍ୟ ହୋଇଛି ।

ତଦନ୍ତରୁ ଜଣାପଡିଛି ଡିସେମ୍ବର ୧୨ ତାରିଖରେ ଇଟାୱା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାକ୍ସିନେସନ ଆଇଡି ହ୍ୟାକ୍ ହୋଇଥିଲା । ଏ ନେଇ ଖୋଦ ସେଠିକାର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଥିଲେ । ଅନ୍ୟପଟେ ଏଭଳି ଅଭାବନୀୟ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନିକ ସ୍ତରରୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.