Latest Odisha News

BREAKING NEWS

ଓଡ଼ିଶା କଂଗ୍ରେସରେ ଖୋଲାଖୋଲି ବିଦ୍ରୋହ: ଦଳ ବିକ୍ରି ହୋଇଯାଇଥିବା ନେଇ ନିରଞ୍ଜନଙ୍କୁ ଆକ୍ଷେପ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ଦଳରେ ଏବେ ଖୋଲାଖୋଲି ବିଦ୍ରୋହ ଦେଖାଯାଇଛି । ଦଳମଧ୍ୟରେ ରହିଥିବା ଅନ୍ତନ୍ଦ୍ୱନ୍ଦ୍ୱ ଏବେ ଚରମସୀମାରେ । ଦଳର ଛାତ୍ର କଂଗ୍ରେସ ୱିଙ୍ଗ୍ (ଏନଏସୟୁଆଇ) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କୁ ଦଳର ଅବକ୍ଷୟ ପାଇଁ ଆକ୍ଷେପ କରିବାକୁ ପଛାଇନାହିଁ ।

ନିରଞ୍ଜନଙ୍କୁ ଏନେଇ କଟାକ୍ଷ କରି ଏନଏସୟୁଆଇ ଆବାହକ ଇତିଶ୍ ପ୍ରଧାନ ଗୁରୁବାର ଦିନ କହିଛନ୍ତି, ଓପିସିସି ସଭାପତି କଂଗ୍ରେସକୁ ବିକ୍ରି କରିଦେଇଛନ୍ତି । ସେ ତାଙ୍କର ଭାଇ ତଥା ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହି ଏହାଲାଗି ମଧ୍ୟସ୍ଥତା କରୁଛନ୍ତି ବୋଲି ଇତିଶ୍ ଅଭିଯୋଗ କରି କହିଛନ୍ତି । ଏହାବ୍ୟତୀତ ତାଙ୍କ ପୁଅ ଦ୍ୱାରା ଏହାକୁ ନେଇ ବ୍ୟବସାୟ ମଧ୍ୟ କରୁଛନ୍ତି ବୋଲି ସେ କଟାକ୍ଷ କରି କହିଛନ୍ତି ।

“ଓପିସିସି ସଭାପତିଙ୍କ ଦଳ ବିରୋଧୀ କାର୍ଯ୍ୟକଳାପ ଆଉ ସହ୍ୟ କରିହେବ ନାହିଁ । ସେ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଓଡ଼ିଶାରେ ପ୍ରବେଶ କରିବାକୁ ଦେବୁନାହିଁ ଏବଂ ତାଙ୍କ ନିଦ ହଜେଇ ଦେବୁ,” ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଇତିଶ୍ ପ୍ରଧାନ ।

ଏସମ୍ପର୍କରେ ଓପିସିସି ସଭାପତି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Leave A Reply

Your email address will not be published.