Latest Odisha News

BREAKING NEWS

ସମ୍ ହସ୍ପିଟାଲରେ ‘ଫ୍ଲାଟ୍ ଫୁଟ’ ଓ ‘ଡାଇବେଟିକ୍ ଫୁଟ୍’ ସଚେତନତା ଶିବିର ଆରମ୍ଭ

ଭୁବନେଶ୍ୱର: ଫ୍ଲାଟ ଫୁଟ୍ ଓ ଡାଇବେଟିକ୍ ଫୁଟ୍ ସମସ୍ୟାରେ ପୀଡିତ ଥିବା ରୋଗୀମାନଙ୍କ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ବୁଧବାର ଦିନ ସ୍ୱତନ୍ତ୍ର ରୋଗ ନିରୂପଣ ଓ ଚିକିତ୍ସା ସହିତ ସଚେତନତା ଶିବିର ଆରମ୍ଭ ହୋଇଛି ।

ଚାରିଦିନ ଧରି ଚାଲିବାକୁ ଥିବା ଏହି ଶିବିରର ପ୍ରଥମ ଦୁଇ ଦିନ ସେପ୍ଟେମ୍ବର ୧୧ ଓ ୧୨ ତାରିଖରେ ଫ୍ଲାଟ୍ଫୁଟ ବା ସମାନ୍ତରାଳ ପାଦ ସମସ୍ୟାର ନିରୂପଣ ଓ ଚିକିତ୍ସା କରାଯାଉଛି । ୧୩ ଓ ୧୪ ତାରିଖ ତଥା ଶୁକ୍ରବାର ଓ ଶନିବାର ଦିନ ଡାଇବେଟିକ୍ ଫୁଟ ରୋଗରେ ଆକ୍ରାନ୍ତ ଥିବା ରୋଗୀମାନଙ୍କର ସମସ୍ୟା, ରୋଗ ନିରୂପଣ, ଚିକିତ୍ସା ଓ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ରହିଛି । ଏହି ସଚେତନତା ଶିବିରର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ବିନା ଅସ୍ତେ୍ରାପଚାରରେ କିପରି ରୋଗୀମାନେ ଅତ୍ୟାଧୁନିକ ଚିକିତ୍ସା ପ୍ରକି୍ରୟାରେ ଯନ୍ତ୍ରଣା ମୁକ୍ତ ଜୀବନ କଟାଇପାରିବେ ।

ଏହି ଫ୍ଲାଟ୍ ପୁଟ୍ ସମସ୍ୟା ବଂଶାନୁକ୍ରମିକ ଭାବେ ଶିଶୁର ଜନ୍ମରୁ ହିଁ ରହିଥାଏ । ଦୁଇ ବର୍ଷରୁ ବାର ବର୍ଷ ପିଲାଙ୍କ ଠାରେ ଏହି ସମସ୍ୟା ପରିଲକ୍ଷିତ ହୋଇଥାଏ । ଏହି ସମସ୍ୟା ମଧ୍ୟ ୧୩ ବର୍ଷ ରୁ ଊଦ୍ଧ୍ୱର୍ ପିଲାଙ୍କ ଠାରେ ମଧ୍ୟ ଦେଖାଯାଇଥାଏ ।

ତେବେ ବର୍ତମାନ ମଧୁମେହ ରୋଗରେ ଆକ୍ରାନ୍ତଙ୍କ ପାଇଁ ଡାଇବେଟିକ ଫୁଟ୍ ଏକ ପ୍ରଧାନ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଏହି ସମସ୍ୟାକୁ ମୁକ୍ତ ବା ସମାଧାନ କରିବା ପାଇଁ ସମ୍ରେ ଅନୁÂିତ ହୋଇଥିବା ଏହି ଶିବିରକୁ ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲ୍ର ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ବିଭାଗର ଚିକିତ୍ସାବିତ୍ ଡ. ସୁମନ୍ କୁମାର ପଣ୍ଡା ପରିଚାଳନା କରିବା ସହ ଉପସ୍ଥିତ ଇଥିଓପିଆର୍ ଅର୍ଥୋପେଡିକ୍ ଟେକ୍ନୋଲୋଜିଷ୍ଟ ତଥା ଅନ୍ତର୍ଜାତୀୟ ରେଡକ୍ରସ୍ ସଂଘର ସଦସ୍ୟ ଅସ୍ରତ ଅସିଫାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।

Leave A Reply

Your email address will not be published.