Latest Odisha News

ସୁନ୍ଦର ‘ଆଇବ୍ରୋ’ ଲାଗି ଆପଣାନ୍ତୁ ଏହି ଟିପ୍ସ୍

ଭୁବନେଶ୍ୱର: ଆଜିର ସଚେତନତା ଯୁଗରେ ସମସ୍ତେ ନିଜ ରୂପଚର୍ଯ୍ୟକୁ ନେଇ ଖୁବ ସଚେତନ । ସମସ୍ତେ ସୁନ୍ଦର ଦେଖା ଯିବାକୁ ଚାହାଁନ୍ତି, ମାତ୍ର ପାର୍ଲରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ସମସ୍ତଙ୍କର ସାମର୍ଥ୍ୟ ନଥାଏ । ମୁଁହ, ଦେହ, କେଶ ସହ ଆଇବ୍ରୋ(ଭୃଲତା) ମଧ୍ୟ ସୁନ୍ଦର ହୋଇଥିଲେ ମୁଁହଟି ଅଧିକ ଆକର୍ଷଣୀୟ ଲାଗେ । ଆଇବ୍ରୋ ଚେହେରାର ସୌନ୍ଦର୍ଯ୍ୟକୁ ବଢାଇ ଦ୍ବିଗୁଣିତ କରି ଦେଇଥାଏ ।

ଆଖି ଚାରିପାଖର ତ୍ୱଚା ବହୁତ କୋମଳ ହୋଇଥାଏ । ଏଣୁ ଏହି ସ୍ଥାନରେ କୌଣସି କେମିକାଲର ବ୍ୟବହାର ନକରି ପ୍ରାକୃତିକ ଉପାଦାନ ର ବ୍ୟବହାର କରିବା ଉଚିତ । ତେଣୁ ଏହାର ଉପଯୁକ୍ତ ଯତ୍ନ ଦ୍ୱାରା ଆମେ ଏହାର ସୌନ୍ଦର୍ଯ୍ୟ କୁ ଆହୁରି ଦ୍ୱିଗୁଣିତ କରିପାରିବା ।

ନଡ଼ିଆ ତେଲ ଆଇବ୍ରୋ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ନଡ଼ିଆ ତେଲରେ ଫ୍ୟାଟି ଏସିଡ ଓ ବହୁ ଆଣ୍ଟି ଅକ୍ସିଡାଣ୍ଟ ରହିଛି ଯାହା କେଶ ଓ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ । ଏହା ଆମ ତ୍ୱଚାକୁ ମଶ୍କରାଇଜ୍ ଓ ମଜଭୁତ ରଖିଥାଏ ।

ପ୍ରତିଦିନ ଗାଧୋଇବା ପୂର୍ବରୁ କିମ୍ବା ପରେ ଅଳ୍ପ ନଡ଼ିଆ ତେଲ ହାତରେ ଆଣି ଆଇବ୍ରୋରେ ଲଗାନ୍ତୁ କିମ୍ବା ମସାଜ କରନ୍ତୁ ,ଏହା ଆପଣଙ୍କ ଆଇବ୍ରୋକୁ ଘନ କରିଥାଏ ଏବଂ ଝଡିବାରୁ ରୋକିଥାଏ ।

ନଡ଼ିଆ ତେଲ ଆଇବ୍ରୋକୁ ଘନ କରିବା ସହ ସୁନ୍ଦର ସେପ ଦେଇଥାଏ । ଏଥିପାଇଁ ରାତିରେ ଶୋଇବା ଆଗରୁ ଆଇବ୍ରୋରେ ନଡ଼ିଆ ତେଲ ଲଗାଇ ତାକୁ ରାତିସାରା ସେହିପରି ରଖନ୍ତୁ । ନଡ଼ିଆ ତେଲ ରେ ଆଣ୍ଟି ଏଜିଂ ଗୁଣ ମଧ୍ୟ ରହିଛି । ଆଖି ଚାରିକଡ଼େ ନଡ଼଼ିଆ ତେଲର କେଇବୁନ୍ଦା ନେଇ ମସାଜ କରନ୍ତୁ ,ଏହା ଦ୍ୱାରା ସ୍କିନ ମୁଲାୟମ ଓ ଚମକଦାର ହୋଇଥାଏ । ଏହାର ନିୟମିତ ବ୍ୟବହାର ତ୍ୱଚାରେ ଭାଙ୍ଗ ଦୂର କରିଥାଏ ଓ ଆଖି ଚାରିପାଖର କଳାଦାଗକୁ ଦୂର କରିଥାଏ ।

ଥ୍ରେଡିଂ ପୂର୍ବରୁ ଆଖିରେ କୌଣସି କ୍ରିମ କିମ୍ବା ଲୋସନ ଲଗାନ୍ତୁ ନାହିଁ । କାରଣ ତ୍ୱଚା ଯେତେ ଡ୍ରାଏ ରହିବ ସେତେ ଅଧିକ ସେପ୍ ରହିବ । ଏଣୁ ଥ୍ରେଡିଂ ପୂର୍ବରୁ ମୁହଁକୁ ଭଲ ଭାବରେ ସାମାନ୍ୟ ଉଷୁମ ପାଣିରେ ଧୋଇ ପୋଛି ନିଅନ୍ତୁ ।ଏହାଦ୍ୱାରା ଥ୍ରେଡିଂ ସମୟରେ ଅଧିକ କଷ୍ଟ ହୋଇନଥାଏ ।

Leave A Reply

Your email address will not be published.