Latest Odisha News

BREAKING NEWS

କୋଭିଡ଼-୧୯: ଡାକ୍ତରଖାନାରୁ ଫେରି ନିଜ ଅନୁଭୁତି ବାଣ୍ଟିଲେ ଓଡ଼ିଶାର ଏହି ବ୍ୟକ୍ତି

ଭୁବନେଶ୍ବର: ମାରାତ୍ମକ କରୋନା କବଳରୁ ସୁସ୍ଥ ହେବା ପରେ ନିକଟରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ପ୍ରତାପ ଦଳ ବେହେରା ଗଣମାଧ୍ୟମ ପ୍ରତିନିଧିମଙ୍କ ସହ ନିଜର ଅନୁଭୂତି ବାଣ୍ଟିଛନ୍ତି ।

“ମୋର ବଡ଼ ଭାଇ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୋ ପରିବାର ଏକ ରକମର ସ୍ତବ୍ଧ ହୋଇଯାଇଥିଲା । ସେ କିପରି ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହେଲେ ତାହା ନେଇ ଆମର କୌଣସି ଧାରଣା ନଥିଲା। ମୋର ଝିଅ (ବଡ ଭାଇର ଝିଅ ) କିଛି ଦିନ ପୂର୍ବରୁ କୋଲକାତା ଯାଇ କିଛି ଜରୁରୀ କାର୍ଯ୍ୟ ପାଇଁ ଯାଇ ସେହି ଦିନ ଭୁବନେଶ୍ୱରକୁ ଫେରିଥିଲେ। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୁଚନା ଅନୁଯାୟୀ ଯେ ମୋ ଝିଅରି ଏହି ମାରାତ୍ମକ ଭୂତାଣୁ ସଂସ୍ପର୍ଶରେ ଆସିଥିଲା । ଯଦି ସେ ଲକଡାଉନ୍ ଅବଧିରେ ଫେରିଥାନ୍ତେ, ତେବେ ସେ କ୍ୱାଣ୍ଟିନରେ ରହିଥାନ୍ତେ ।

“ମୋ ବଡ ଭାଇଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ରେ ଡାକ୍ତରଖାନାରେ ପୃଥକ ରଖି ଚିକିତ୍ସା ଆରମ୍ଭ କରିଥିଲା । ଏହାପରେ ସ୍ୱାସ୍ଥ୍ୟ ବିଭାଗ ନମୁନା ମୁଁ, ମୋ ପତ୍ନୀ, ମୋ ଝିଆରୀ, ମୋ ବଡ ଭାଇଙ୍କ ପତ୍ନୀ ଏବଂ ଭାଇଙ୍କ ଘରେ ଭଡାରେ ରହୁଥିବା ତିନିଜଣ ସଦସ୍ୟଙ୍କ ସମେତ ମୋଟ ୭ ଜଣଙ୍କ ଠାରେ ଏହି ଭୂତାଣୁ ସଂକ୍ରମିତ ହୋଇଥିବା ଟେଷ୍ଟ ପରେ ଜାଣିବାକୁ ପାଇଲେ ।

ପାଞ୍ଚ ଦିନ ପରେ, ଆଉ ଏକ ରାଉଣ୍ଡ ପରୀକ୍ଷା କରାଯାଇଥିଲା ଯେଉଁଥିରେ ମୁଁ, ମୋ ବଡ଼ ଭାଇଙ୍କ ପତ୍ନୀ ଏବଂ ତିନି ଜଣ ଭଡ଼ାଟିଆ ବ୍ୟକ୍ତିଙ୍କ ରିପୋର୍ଟ ନେଗିଟିଭ ଆସିଥିବା ବେଳେ ମୋ ପତ୍ନୀ ଏବଂ ଝିଅରିର ରିପୋର୍ଟ ପଜିଟିଭ ଆସିଲା । ଏହାର ୨ ଦିନ ପରେ ଆମ ୭ ଜଣଙ୍କୁ କଟକ ଅଶ୍ୱିନୀ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ପାଞ୍ଚ ଦିନ ରହିଥିଲେ” ବୋଲି ପ୍ରତାପ କହିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କ ଆଚରଣ ଏବଂ ଚିକିତ୍ସା ଅତ୍ୟନ୍ତ ଭଲ । ବର୍ତ୍ତମାନତାଙ୍କ ଭାଇ, ପତ୍ନୀ, ଝିଅ, ଝିଆରୀ ବର୍ତ୍ତମାନ ଅଶ୍ୱିନୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରର ଉନ୍ନତି ଆସୁଥିବା ଦେଖିବାକୁ ମିଳୁଛି ।

ଶନିବାର ରାତିରୁ ସେମାନଙ୍କୁ ହୋଟେଲ ପାରାଡାଇଜରେ କ୍ୟାରଣ୍ଟାଇନରେ ରଖାଯାଇଥିବା ଦର୍ଶାଇ ପ୍ରତାପ କହିଛନ୍ତି ଯେ ଖାଦ୍ୟ ପାଇବାରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। “ମୁଁ ୧୯୪ କୁ ଫୋନ କରି ସେମାନେ ସମସ୍ୟା ବିଷୟରେ କହିଥିଲି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ମୋତେ କହିଥିଲେ ଯେ ସେମାନେ କେବଳ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା କରନ୍ତି। ତେବେ ପରେ ହୋଟେଲ କର୍ମଚାରୀମାନେ ଆମକୁ ଖାଦ୍ୟ ଯୋଗାଇଥିବା ସେ କହିଛନ୍ତି।

Leave A Reply

Your email address will not be published.