Latest Odisha News

BREAKING NEWS

କବିତା: ପ୍ରେମ ଫଲଗୁ

ସୁପ୍ରିୟା ପଣ୍ଡା

ତୁମ ଅସ୍ମିତାର ଭୁରୁ ଗନ୍ଧରେ
ମୁଁ ପ୍ରମତ୍ତ କୀଟଟିଏ
ଖୋଜୁଛି ମୋ ଅସ୍ତିତ୍ୱ ।

ଏକ ମଧୁର ଆଲିଙ୍ଗନ ଅପେକ୍ଷାରେ
ଅପେକ୍ଷାରତ କେଉଁ ଯୁଗ ଯୁଗାନ୍ତରରୁ ।
କିଛି ପ୍ରହେଳିକା କିଛି ପ୍ରଶ୍ନ ର ଦଂଶନ
ଜାଣିବାକୁ ଚାହେଁ ବହୁତ କିଛି
ଜାଣିବାକୁ ଚାହେଁ କି
ମୁଁ ତୁମ ଭିତରେ କେମିତି ଲାଗିବି?

ଶୁଣିବାକୁ ଚାହେଁ ତୁମର
ପ୍ରତିଟି ଜୀବନ୍ତ ସଂଳାପ।
ଆସକ୍ତି ନାହିଁ କେବେ
ଲୀନ ହୋଇ ଯିବାର
ପାଇ ଯିବାର ,
ପ୍ରାପ୍ତି ଦରକାର ନାହିଁ
ଅପେକ୍ଷା ର ଅନୁମତି ଦିଅ
ଚକ୍ଷୁ ରେ ଆବଦ୍ଧ ହୋଇଯାଅ
ହୃଦୟରେ ଝଙ୍କୃତ ହେଉ
ତୁମର ପାଦଶବ୍ଦ ।

ସମ୍ମୋହନରେ ନିଷ୍ପ୍ରଭ ହେଉ
ମୋ ଆତ୍ମା
ଏକାକିତ୍ତ୍ୱ ରେ ହିଁ କୋଳାହଳ
ଉତଶୃଙ୍ଖଳ ହେଉ ପ୍ରେମ
ତୁମ ପାଇଁ ଅପେକ୍ଷା ହିଁ ହେଉ
ଶ୍ରେୟସ୍କର।

ରସୁଲଗଡ଼, ଭୁବନେଶ୍ୱର

Leave A Reply

Your email address will not be published.