Latest Odisha News

BREAKING NEWS

କରୋନା ମୁକାବିଲା ପାଇଁ ଅଧିକ ଅନୁଦାନ ସହ ୫ ଲକ୍ଷ ପିପିଇ ଯୋଗାଇ ଦେବାକୁ ଓଡିଶାର ଦାବି

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ଶୁକ୍ରବାର କେନ୍ଦ୍ରକୁ ଅଧିକ ଅନୁଦାନ ମାଗିଛନ୍ତି । ଓଡିଶା ପାଇଁ କେନ୍ଦ୍ରରୁ ଏ ପର୍ଯ୍ୟନ୍ତ ୪୬ କୋଟି ୩୫ ଲକ୍ଷ ଟଙ୍କା ମିଳିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ କୋଭିଡ ୧୯ ମୁକାବିଲା ନେଇ ଆଲୋଚନା କରିଥିଲେ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ଆଲୋଚନା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ୫ ଲକ୍ଷ ପିପିଇ କିଟ୍‌, ହାଇଡ୍ରୋକ୍ଲୋରୋକୁଇନ, ଭିଟାମିନ -ସି ବଟିକା, ସାନିଟାଇଜର ଓ ମାସ୍କ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଏଥି ସହ କରୋନା ନମୁନା ପରୀକ୍ଷଣ ପାଇଁ ବୁର୍ଲା ଭିମସାର, ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ ଓ କୋରାପୁଟର ଏସ୍‌ଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ବ୍ୟବସ୍ଥା କରିବା ନେଇ ଆଲୋଚନା କରିଥିଲେ ।

ଆଲୋଚନା ବେଳେ ଡକ୍ଟର ହର୍ଷବର୍ଦ୍ଧନ କହିଥିଲେ ଯେ, କିଛି ରାଜ୍ୟରେ କୋଭିଡ୧୯ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାର ଆବଶ୍ୟକତା ରହିଛି । ଦେଶର ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିବାରୁ ଏକାଠି ହୋଇ ଲଢିବା ଜରୁରୀ ବୋଲି ସେ ମତ ଦେଇଛନ୍ତି ।

Leave A Reply

Your email address will not be published.