Latest Odisha News

BREAKING NEWS

ପଶ୍ଚିମବଙ୍ଗ ଦୁର୍ଗା ପୂଜାରେ ସାମିଲ ହେଲେ ମୋଦି

ନୂଆଦିଲ୍ଲୀ: କରୋନା ଭିତରେ ଆଜିଠୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ପାଂଚ ଦିନିଆ ଦୁର୍ଗା ପୂଜା । ଆଜି ମା ଜଗତଜନନୀଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗା ପୂଜାରେ ସାମିଲ ହୋଇଛନ୍ତି ।

କାର୍ଯ୍ୟକ୍ରମ ପ୍ରାରମ୍ଭ ଶଙ୍ଖଧ୍ୱନିରୁ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗବାସୀଙ୍କ ପାଇଁ ଦୁର୍ଗା ପୂଜାର ଶୁଭେଚ୍ଛା ବାର୍ତା ଜାରି କରିଛନ୍ତି। ‘ପୂଜୋର ଶୁଭେଚ୍ଛା’ ନାମକ କାର୍ଯ୍ୟକ୍ରମରେ ଏହି ବାର୍ତା ଦେଇଛନ୍ତି।

କଲିକତାର ସଲ୍ଲ ଲେକରେ ନିର୍ମିତ ଦୁର୍ଗା ପୂଜା ପେଣ୍ଡାଲର ଉଦଘାଟନ କରିଛନ୍ତି। ସେ କହିଛନ୍ତି ଏହା ଏମିତି ଏକ ପର୍ବ ଯେଉଁଥିରେ ପୂରା ଦେଶ ବଙ୍ଗଳାମୟ ହୋଇଯାଏ। ତେବେ ଏଥର କରୋନା ଯୋଗୁ କରୋନା ଗାଇଡଲାଇନ ସହ ଦୁର୍ଗା ପୂଜା ପାଳନ କରାଯିବ। ଏହା ପରେ ମଧ୍ୟ ଉତ୍ସବ ମାହୋଲ କିଛି ଅଲଗା ପ୍ରକାର ରହିଛି।

ମୋଦୀ କହିଥିଲେ ଯେ, ଭକ୍ତିର ଏତିକି ଶକ୍ତି ଅଛି ଯେ ସେ ଦିଲ୍ଲୀର ରହି ମଧ୍ୟ ପଶ୍ଚିମବଙ୍ଗରେ ଅଛନ୍ତି । ଏହାସହ ମୋଦୀ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ଶସ୍ତ୍ର ଓ ଶାସ୍ତ୍ର ସାହାଯ୍ୟରେ ମା ଭାରତୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ମୋଦୀ ପଶ୍ଚିମବଙ୍ଗର ସ୍ୱାଧିନତା ସଂଗ୍ରାମୀଙ୍କୁ ମଧ୍ୟ ମନେ ପକାଇଥିଲେ ।

Leave A Reply

Your email address will not be published.