Latest Odisha News

BREAKING NEWS

ଭିକେ ପାଣ୍ଡିଆନଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ବର: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି । ବିଜେପି ଅଭିଯୋଗ କରିଛି ଯେ, ବିଜେଡି ନେତା ତଥା 5-ଟି ଅଧ୍ୟକ୍ଷ ପାଣ୍ଡିଆନ ଆଜି ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଘଂନ କରିଛନ୍ତି ।

ଦଳ ଆହୁରି କହିଛି ଯେ, ବସ୍ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ମେଡିକାଲକୁ ଭେଟିବାକୁ ଯାଇଥିବାବେଳେ ପାଣ୍ଡିଆନଙ୍କ ସାଙ୍ଗରେ ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଏସପି ବିନିତ ଅଗ୍ରୱାଲ ଓ କଟକ ଚୌଦ୍ଵାର ବିଜେଡି ବିଧାୟକ ପ୍ରାର୍ଥୀ ଥିଲେ ।

ବିଜୁ ଜନତା ଦଳର ଜଣେ ନେତା ଭିକେ ପାଣ୍ଡିଆନଙ୍କ ପାଇଁ ମେଡିକାଲ ଗସ୍ତ ବେଳେ କମିଶନରେଟ ପୋଲିସ ଯେଉଁଭଳି ବ୍ୟବସ୍ଥା କରିଥିଲା ଏହା ଅତ୍ୟନ୍ତ ଦୁଃର୍ଭାଗ୍ୟପୂର୍ଣ୍ଣ । ଏସବୁ ନିର୍ବାଚନ ଆଚରଣ ବିଧିର ପୂରାପୂରି ଉଲ୍ଲଘଂନ । ଏଭଳିରେ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ବିଶ୍ୱାସ ହେଉନି । ତେଣୁ ବିଜେଡି ନେତା ପାଣ୍ଡିଆନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ସିଇଓଙ୍କୁ ଅଭିଯୋଗ କରିଛି ବିଜେପି ।

Leave A Reply

Your email address will not be published.