Latest Odisha News

BREAKING NEWS

ଅଧିକ ରୋଜଗାର ଲୋଭ ଦେଖାଇ ଅନଲାଇନରେ କରୁଥିଲେ ଠକେଇ, ୩ ଗିରଫ

ଭୁବନେଶ୍ୱର: ଅନଲାଇନ୍ ଠକେଇ ମାମଲାରେ ଇଓଡବ୍ଲୁ ୩ ଜଣଙ୍କୁ ଗିରଫ କରିଛି । ଉତ୍ତରପ୍ରଦେଶର ଗାଜିଆବାଦରୁ ଅର୍ଥନୈତିକ ଅପରାଧିକ ଶାଖା ୩ ଜଣଙ୍କୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି । ଏମାନେ www.r46.in ୱେବସାଇଟ୍ ଖୋଲି ଡିଜିଟାଲ୍ ମାର୍କେଟିଂ ଜରିଆରେ ଅଧିକାର ରୋଜଗାର ଆଶା ଦେଖାଇ ଠକେଇ କରୁଥିଲେ ।

ପ୍ରଥମେ ଏମାନେ ହ୍ୱାଟ୍ସଆପରେ ଲୋକଙ୍କୁ ମେସେଜ ପଠାଇବା ପରେ ୱେବସାଇଟରେ ଆକାଉଣ୍ଟ ଖୋଲି କିଛି ସାମଗ୍ରୀ କିଣିବାକୁ କୁହନ୍ତି । ଯେଉଁ ସାମଗ୍ରୀରେ ୧୫ରୁ ୨୦ ପ୍ରତିଶତ କମିଶନ ମିଳିଥାଏ । ଏଭଳି ଭାବେ ଠକଙ୍କ କଥାରେ ପଡ଼ି ପାର୍ଥସାରଥୀ ପଟ୍ଟନାୟକ ଏଥିରେ ୬.୫ ଲକ୍ଷ ଟଙ୍କା ନିବେଶ କରିଥିବା ବେଳେ କମିଶନକୁ ମିଶାଇ ତାଙ୍କ ଆକାଉଣ୍ଟରେ ୭.୩୧ ଲକ୍ଷ ଟଙ୍କା ଦେଖାଇଥିଲା ।

ହେଲେ ଯେତେବେଳେ ସେ ଟଙ୍କା ଉଠାଇବାକୁ ଚାହିଁଲେ ତ ଟଙ୍କା ଉଠି ନଥିଲା । ପରେ ସେ ଏହି ୱେବସାଇଟରେ ଠକେଇର ଶିକାର ହୋଇଥିବା ଜାଣି ପାରିଥିଲେ । ତେବେ ବଡ଼ କଥା ହେଉଛି ୱେବସାଇଟରେ କେବଳ ୟୁପିଆଇ ଜରିଆରେ କାରବାର ହେଉଥିଲା ।

ଗୋଟିଏ ଥରେ ୱାଲେଟ୍ ରିଚାର୍ଜ କରିବା ପରେ ଠକ କିଛି ଟାସ୍କ ଦେଉଥିଲେ । ଯେଉଁଥିରେ ଅନଲାଇନରେ କିଛି କିଣିବାକୁ ପଡ଼ୁଥିଲା, ତା ବାବଦରେ କମିଶନ ୱାଲେଟରେ ଜମା ହେଉଥିଲା । ଯେତେ ଅଧିକ ସାମଗ୍ରୀ କିଣୁଥିଲେ, ୱାଲେଟରେ ଟଙ୍କା ସେତେ ବଢ଼ୁଥିଲା । କିନ୍ତୁ ଠକ ଟଙ୍କା ଉଠାଣ ବ୍ୟବସ୍ଥାକୁ ବନ୍ଦ ରଖିଥିଲେ । ଏହିଭଳି ଭାବେ ୱେବସାଇଟ୍ ଜରିଆରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ସନ୍ଦେହ କରାଯାଉଛି ।

ଅଭିଯୁକ୍ତ ସଚିନ ପାଲ, ଅଙ୍କୁଷ ସିଂ ବି.କମ୍ କରିଥିବା ବେଳେ ସେମାନଙ୍କ ଆକାଉଣ୍ଟ ଠକେଇ ପାଇଁ ବ୍ୟବହାର କରୁଥିଲେ । ରାଜସ୍ଥାନରୁ ଠକେଇ ରାକେଟ ପରିଚାଳିତ ହେଉଥିବା ବେଳେ ମାସିକ ୩୦ ହଜାର ଟଙ୍କା ଦରମା ଦେଉଥିଲେ ।

Leave A Reply

Your email address will not be published.