Latest Odisha News

BREAKING NEWS

ପଞ୍ଜାବ କିଙ୍ଗସ ଖେଳାଳିଙ୍କ ପାଇଁ ପ୍ରୀତି ଜିଂଟା କରିଥିଲେ ୧୨୦ ଆଳୁ ପରଟା

ଚଣ୍ଡୀଗଡ: ପଞ୍ଜାବ କିଙ୍ଗସର ମାଲିକ ପ୍ରୀତି ଜିଂଟା ରବିବାର ଏକ ମଜାଦାର ଖୁଲାସା କରିଛନ୍ତି । ଷ୍ଟାର ସ୍ପୋର୍ଟ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଥରେ ଟିମର ସମସ୍ତ ଖେଳାଳିଙ୍କ ପାଇଁ ଆଳୁ ପରଟା କରିଥିଲେ । ୨୦୦୯ ଆଇପିଏଲ ମ୍ୟାଚ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେଉଥିଲା । ହୋଟେଲରେ ଭଲ ଆଳୁ ପରଟା ମିଳୁ ନ ଥିବାରୁ ପ୍ରୀତି ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ ସମୟରେ ଟିମର ଖେଳାଳିମାନେ ତାଙ୍କୁ କହିଥିଲେ ଆପଣ ଆମମାନଙ୍କ ପାଇଁ ଆଳୁ ପରଟା କରିପାରିବେ । ଏହାର ଉତରରେ ପ୍ରୀତି କହିଥିଲେ, ହଁ ଯଦି ତୁମେ ଆଗାମୀ ମ୍ୟାଚରେ ବିଜୟ ହାସଲ କରିବ ମୁଁ ପରଟା ଖୁଆଇବି ।

BjdElectrycity

ଆମ ଦଳ ମ୍ୟାଚ ଜିତିବା ପରେ ମୁଁ ସେମାନଙ୍କ ପାଇଁ ୧୨୦ ଆଳୁ ପରଟା କରିଥିଲି । ସେତେବେଳେ ମନେ ମନେ ଭାବିଥିଲି କେତେ ଖାଉଛନ୍ତି ଏମାନେ ? ହରଭଜନ ସିଂ ହସି କରି କହିଥିଲେ ଇରଫାନ ପଠାନ ଏକୁଟିଆ ୨୦ ପରଟା ଖାଇ ଦେଇଥିବେ । ଏହା ଶୁଣି ସମସ୍ତେ ହସିଥିଲେ । ଚଳିତ ଆଇପିଏଲରେ ଶିଖର ଧାୱନଙ୍କ ନେତୃତ୍ୱରେ ପଞ୍ଜାବ ୮ଟି ମ୍ୟାଚରୁ ୪ଟିରେ ବିଜୟ ହାସଲ କରିଛି । ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ଦଳକୁ ଆଗାମୀ ମ୍ୟାଚଗୁଡିକରେ ଭଲ ପ୍ରଦର୍ଶନ କରିବାକୁ ପଡିବ ।

Leave A Reply

Your email address will not be published.