Latest Odisha News

BREAKING NEWS

ପ୍ରଥମ ରାଜ୍ୟ ଭାବେ ଏପ୍ରିଲ ୩୦ ଯାଏଁ ଲକଡାଉନ ଅବଧି ବଢାଇଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟରେ ଲକଡାଉନ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପୂର୍ବରୁ ଲକଡାଉନ ଅବଧି ବଢାଇବା ନେଇ ଘୋଷଣା କରିଥିବା ଓଡିଶା ପ୍ରଥମ ରାଜ୍ୟ ।

“ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଏହି ସମୟରେ ଲୋକଙ୍କ ଜୀବନ ରକ୍ଷା କରିବା ହେଉଛି ସର୍ବୋଚ୍ଚ ପ୍ରାଥମିକତା। ସେହି ଅନୁଯାୟୀ ଆମେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ିବାକୁ ନିଷ୍ପତ୍ତି ନେଇଛୁ ବୋଲି ମୁଖ୍ୟମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି।

ଏହି ବିବୃତ୍ତିରେ କୁହାଯାଇଛି ଯେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଜାତୀୟ ଲକଡାଉନ ବୃଦ୍ଧି କରିବାକୁ ଆମେ ଭାରତ ସରକାରଙ୍କୁ ସୁପାରିଶ କରିବୁ। ଏହା ବ୍ୟତୀତ ଆମେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବିମାନ ଏବଂ ରେଳ ସେବା ଆରମ୍ଭ ନକରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ।

Leave A Reply

Your email address will not be published.