Latest Odisha News

BREAKING NEWS

ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବିପଦରେ

ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବିପଦରେ ପଡିଛି । ମୁଖ୍ୟମନ୍ତ୍ରୀ କମଳନାଥ ସରକାର ବଂଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି । ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟତାରୁ ଇସ୍ତଫା  ଦେବା ପରେ ଆଉ ୭ ବିଧାୟକ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି । ଏହାକୁ ରୋକିବା ପାଇଁ କମଲନାଥ ମନ୍ତ୍ରୀମଣ୍ଡଳ ସଂମ୍ପ୍ରସାରଣ କରିବେ ବୋଲି ଘୋଷଣା କରିଛନ୍ତି । ସିନିୟର ନେତା ଦିଗବିଜୟ ସିଂଙ୍କୁ ବିଧାୟକଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି ।

ଗୁରୁବାର ହରଦୀପଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇ ନ ଥିବାବେଳେ ଶୁକ୍ରବାର କିମ୍ବା ଶନିବାର ଭିତରେ ସେମାନେ ଇସ୍ତଫା ଦେଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏହି ବିଧାୟକମାନେ ହେଲେ କଂଗ୍ରେସର ଏନ୍ଦଲ ସିଂହ କଂସାନା, ରଣବୀର ଜାଟୱ, ବିସାହୁଲାଲ ଏବଂ ରଘୁରାଜ କଂସାନା, କମଲେଶ ଜାଟବ, ଗୋପାଲ ସିଂହ ଓ ବିକ୍ରମ ସିଂହ ନାତିରାଜା।

Leave A Reply

Your email address will not be published.