Latest Odisha News

BREAKING NEWS

ବୋଲ୍ଡର୍ ଆକ୍ରମଣରେ ମହିଳା ଟ୍ରାଫିକ୍ ଇନ୍ସପେକ୍ଟର ଆହତ

ଯାଜପୁର: ଯାଜପୁରରେ ଜଣେ ମହିଳା ଟ୍ରାଫିକ୍ ଇନ୍ସପେକ୍ଟର କାର୍ଯ୍ୟରତ ଥିବା ସମୟରେ କୌଣସି ଅଜଣା ଦୁର୍ବୃତ୍ତଙ୍କ ବୋଲ୍ଡର୍ ମାଡ଼ରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ଏହି ମହିଳା ଟ୍ରାଫିକ ଇନ୍ସପେକ୍ଟର ହେଉଛନ୍ତି ବିଜୟିନୀ ମଲ୍ଲ ଏବଂ ସେ ଚଣ୍ଡିଖୋଲ ଟ୍ରାଫିକ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଅଛନ୍ତି ।

ଇନ୍ସପେକ୍ଟର ବିଜୟିନୀ ମାଂସମରା ଛକଠାରେ ଯାନବାହନ ଜାଞ୍ଚ କରୁଥିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଇତିମଧ୍ୟରେ, ବଡ଼ଚଣା ପୋଲିସ ପକ୍ଷରୁ ଏନେଇ ଏକ ଏଫଆଇଆର ଦରଜ କରାଯାଇ ତଦନ୍ତ ଜାରି ରହିିଛି ।

Leave A Reply

Your email address will not be published.