Latest Odisha News

BREAKING NEWS

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର: ସୁବ୍ରତ ବାଗଚି

ଭୁବନେଶ୍ୱର: ଇଟାଲିରୁ ଫେରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଡ଼ିଆ ଛାତ୍ର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣା ସ୍ପଷ୍ଟ ହେବାର କିଛି ଘଣ୍ଟା ପରେ କରୋନା ନିମନ୍ତେ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ।

“ଇଟାଲୀରେ ନିଜର ରିସର୍ଚ୍ଚ କରୁଥିବା ୩୩ ବର୍ଷୀୟ ଛାତ୍ର ମାର୍ଚ୍ଚ ୬ ରେ ଦିଲ୍ଲୀରେ ପହଞ୍ଚି ଦିଲ୍ଲୀରେ ରହିଥିଲେ। ଏହା ପରେ ସେ ଏକ ଟ୍ରେନରେ ଯୋଗେ ମାର୍ଚ୍ଚ ୧୨ ରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ପରେ ସେ ମାର୍ଚ୍ଚ ୧୩ ରେ ଏକ ଘରୋଇ ନର୍ସିଂହୋମର ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ ଏବଂ ମାର୍ଚ୍ଚ ୧୪ ରେ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଥିଲେ।

ତା’ପରେ ତାଙ୍କ ରକ୍ତ ଏବଂ ସ୍ଲାବ ନମୁନା ପରୀକ୍ଷା ପାଇଁ ରିଜୋନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରକୁ ପଠାଯାଇଥିଲା । “ରବିବାର ବିଳମ୍ବିତ ରାତିରେ ଆମେ ଏହି ରିପୋର୍ଟ ଗ୍ରହଣ କରିଥିଲୁ ଯାହା ପ୍ରକାଶ କରିଥିଲା ​​ଯେ ସେ ଯୁବକ ଜଣକ କୋଭିଡ-୧୯ ଭୂତାଣୁରେ ସଂକ୍ରମିତ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇ ବାଗଚି କହିଛନ୍ତି ।

ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ଜଟିଳତା ନଥିବା ଏହି କରୋନା ସଂକ୍ରମିତରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ।ତେବେ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କୁ ଠାବ କରାଯିବା ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଆରମ୍ଭ କରିଥିବା ସେ କହିଛନ୍ତି । ତାଙ୍କ ସହ ଯୋଗାଯୋଗରେ ଆସିଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.