Latest Odisha News

ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ; ସ୍ପଷ୍ଟ କଲେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ନେଇ ସୋମବାର ଦିନ ସ୍ପଷ୍ଟ କରିଛନ୍ତି ଓଡ଼ିଶା ସରକାର ।

ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ଏବଂ ତାଲିମ, ନିର୍ଦ୍ଦେଶକ ଡ. ସି ବି କେ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ କୋଭିଡ -୧୯ଦ୍ୱାରା ସଂକ୍ରମିତ ଜଣେ ବ୍ୟକ୍ତିଙ୍କର ପରୀକ୍ଷା ରିପୋର୍ଟ ପଜିଟିଭି ବାହାରିଥିବା ଦେଖିବାକୁ ମିଳିଛି।

ସମ୍ପୃକ୍ତ ବ୍ୟକ୍ତି ଜଣକ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ ବୋଲି ସେ ସୂଚନା ଦେଇଛନ୍ତି ।
ଏପରିକି ମାର୍ଚ୍ଚ ୬ ତାରିଖରେ ସେ ଭାରତ ଫେରିଥିଲେ ଏବଂ ପରେ ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ଟ୍ରେନ ଯୋଗେ ଆସିଥିଲେ ବୋଲି ସୂତ୍ରରୁ ପ୍ରକାଶ।

ସହରର ବଡଗଡ ଅଞ୍ଚଳରେ ସେ ରହୁଥିବା ବେଳେ ତାଙ୍କୁ ଅନେକ ଦିନଧରି କାଶ ଏବଂ ଜ୍ୱର ଲାଗିରହିଥିଲା । ପରବର୍ତ୍ତୀ ସମୟରେ ସେ ଏନେଇ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ମାର୍ଚ୍ଚ ୧୪ ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ବର୍ତ୍ତମାନ କ୍ୱାରେନଣ୍ଟାଇନରେ ଅଛନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ନଜର ରଖାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.