Latest Odisha News

BREAKING NEWS

୩ଦିନ ପରେ ବଢ଼ିଲା: ରାଜ୍ୟରେ ଦୈନିକ ପଜିଟିଭ୍ କେସ୍ ପୁଣି ୩୦୦୦ ଡେଇଁଲା

ଭୁବନେଶ୍ୱର: ଲଗାତାର ତିନି ଦିନ ରାଜ୍ୟରୁ ଚିହ୍ନଟ ହୋଇଥିଲେ ଦୈନିକ ୩ ହଜାରରୁ କମ୍ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ପୁଣି ସଂଖ୍ୟା ତିନି ହଜାର ଟପିଛି । ଚିହ୍ନଟ ହୋଇଛନ୍ତି ୩ ହଜାର ୧୪୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୮ ଶହ ୨୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୩ ଶହ ୧୯ଟି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୨ ନୂଆ ପଜିଟିଭ୍ ବାହାରିଛନ୍ତି । କଟକରୁ ଚିହ୍ନଟ ହୋଇଛନ୍ତି ୨୪୩ ଆକ୍ରାନ୍ତ । ସମ୍ୱଲପୁର, ଅନୁଗୋଳ ଓ ପୁରୀରେ ବଢୁଛି ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସମ୍ୱଲପୁରରୁ ୧୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ଅନୁଗୋଳରୁ ୧୨୮ ଓ ପୁରୀ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୨୨ ।

ସେହିପରି କଳାହାଣ୍ଡିରୁ ୧୨୪, କନ୍ଧମାଳରୁ ୧୧୬, ମୟୂରଭଞ୍ଜରୁ ୧୧୫, ନୂଆପଡ଼ାରୁ ୧୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛଛନ୍ତି । ସଂକ୍ରମିତ ତାଲିକାରେ ନବରଙ୍ଗପୁରରୁ ୧୦୭, ସୁନ୍ଦରଗଡ଼ରୁ ୧୦୫, ଯାଜପୁର ଓ ଭଦ୍ରକ ଜିଲ୍ଲା ୧୦୧ଟି ଲେଖାଏଁ ନାଁ ଯୋଡ଼ିଛି ।

ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୪ ହଜାର ୧୪୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୨ ଲକ୍ଷ ୧୩ ହଜାର ୬୭୨ ଆକ୍ରାନ୍ତ । ଚିକିତ୍ସାଧୀନ ଅଛନ୍ତି ୨୯ ହଜାର ୪୪୩ ଜଣ ।

Leave A Reply

Your email address will not be published.