Latest Odisha News

ମାର୍ଚ୍ଚ ମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : କରୋନା ପାଇଁ ମାର୍ଚ୍ଚ ମାସର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କରିପାରିବେ କଣ୍ଟେନମେଣ୍ଟ । ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ବାହାଘର, ଶୁଦ୍ଧିକ୍ରିୟାରେ ଗାଇଡଲାଇନ ଯାଞ୍ଚ କରିବେ ଆୟୋଜକ । ଏଥିସହ ସବୁ ପ୍ରବେଶ ପଥରେ ରହି ମାସ୍କ ପରିଧାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ମାସ୍କ ପିନ୍ଧିନଥିବେ, ସେମାନଙ୍କୁ ମାସ୍କ ଯୋଗାଇବେ ଆୟୋଜକ ।

ସେହିପରି ଯାତ୍ରା ପାଇଁ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । ଯାତ୍ରା ଓ ଅପେରା ପାଇଁ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ଅନୁମତି ଦିଆଯାଇଛି । ଏଥିପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେଇ ପରିବେଷଣ ହୋଇପାରିବ ଯାତ୍ରା । କରୋନାର ସମସ୍ତ ଗାଇଡଲାଇନ ମାନି ଯାତ୍ରା ପରିବେଷଣ କରାଯାଇପାରିବ । ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ସହ ଥର୍ମାଲ ସ୍କାନିଂକୁ ଯାତ୍ରା ସମୟରେ ବାଧ୍ୟତାମୂଳକ କରାଯାଇଛି । ସିଟ୍ ମଧ୍ୟରେ ୬ ଫୁଟ ଦୂରତ୍ୱ ରହିବା ସହ ରୋଗାକ୍ରାନ୍ତଙ୍କୁ ଯାତ୍ରାକୁ ଅନୁମତି ଦିଆଯିବନି ।

ଏହାଛଡ଼ା ନବମ ଓ ଏକାଦଶ ବାର୍ଷିକ ପରୀକ୍ଷା କରିବାକୁ କହିଛନ୍ତି ସରକାର । ସମାନ ସ୍କୁଲରେ କ୍ଲାସ ପ୍ରମୋସନ ପାଇଁ ବାର୍ଷିକ ପରୀକ୍ଷା କରାଯିବ । ବର୍ତ୍ତମାନ ସ୍ଥିତିକୁ ଦେଖି ଅନଲାଇନରେ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.