Latest Odisha News

BREAKING NEWS

ଆସନ୍ତାକାଲି ଶ୍ରୀହରିକୋଟାରୁ ଆମାଜୋନିଆ-୧ ସହ ଅନ୍ୟ ୧୮ଟି ଉପଗ୍ରହର ଉତକ୍ଷେପଣ

ବିଶାଖାପାଟନମ : ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହ ଆମାଜୋନିଆ-୧ ସହ ୧୮ଟି ଉପଗ୍ରହକୁ ଉତକ୍ଷେପଣ କରାଯିବ । ଏହା ରବିବାର ଭାରତୀୟ ସମୟ ୧୦ଟା ୨୪ରେ ଉତକ୍ଷେପଣ ହେବ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟାଡାଉନ୍ । ମିଳିଥିବା ସୂଚନା ମୁତାବକ, ପିଏସଏଲଭି-ସି-୫୧ ରକେଟ୍ ସହାୟତାରେ ବ୍ରାଜିଲର ଏହି ଅପ୍ଟିକାଲ ଅବଜରଭେସନ୍ ସାଟେଲାଇଟ ଆମାଜୋନିଆ-୧କୁ ମହାକାଶକୁ ପଠାଯିବ । ଏହାସହ ଅନ୍ୟ ୧୮ଟି ଉପଗ୍ରହକୁ ବି ପ୍ରଥମ ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯିବ ।

ଉତକ୍ଷେପଣ ହେବାକୁ ଥିବା ଏହି ୧୮ଟି ଉପଗ୍ରହ ମଧ୍ୟରେ ସ୍ପେସ୍ କିଡଜ୍ ଇଣ୍ଡିଆର ଏସଡି ସାଟ୍ (ସତୀଶ୍ ଧାୱନ୍ ସାଟ୍) ସହ କୋଏମ୍ବାଟୁରର ଶ୍ରୀଶକ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, ଶ୍ରୀପେରୁମ୍ବୁଦୁରର ଜେପିଆର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ନାଗପୁରର ଜିଏଚ୍ ରାଇସୋନି କଲେଜ ଅଫ୍ ଇଞ୍ଜିନିୟରିଂ ଆଦି ୩ଟି କଲେଜ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ୟୁନିସାଟର ମଧ୍ୟ ଉତକ୍ଷେପଣ କରାଯିବ । ଅନ୍ୟ ଉପଗ୍ରହ ମଧ୍ୟରେ ଭାରତର ସିନ୍ଧୁନେତ୍ର, ଆମେରିକାର ସାଇ-୧, ନାନୋକନେକ୍ଟ-୨, ୧୨ଟି ଅନ୍ୟ ଉପଗ୍ରହ ରହିଛି । ଆସନ୍ତାକାଲି ଏହି ଉପଗ୍ରହଗୁଡିକର ଯଦି ସଫଳ ଉତକ୍ଷେପଣ ହେବ ତା’ହେଲେ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଏକ ନୂଆ ଇତିହାସ ରଚିବ ।

Leave A Reply

Your email address will not be published.