Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଖଣ୍ଡଗିରି ଥାନା ସବଇନ୍ସପେକ୍ଟର, ୫୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଖଣ୍ଡିଗିରି ଥାନା ସବଇନ୍ସପେକ୍ଟରଙ୍କ ସହ ଅନ୍ୟ ଜଣେ ଭଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ନାକା ଗେଟ୍ ନିକଟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଖଣ୍ଡଗିରି ଥାନା ଏସ୍ଆଇ ସୁଶାନ୍ତ କୁମାର ସ୍ୱାଇଁଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ଚିରଞ୍ଜୀବଙ୍କୁ ଧରିଛି ।

କୌଣସି ଏକ ମାମଲାରେ ସହାୟତା ଲାଗି ଏସ୍ଆଇ ସୁଶାନ୍ତ ସ୍ୱାଇଁ ଅଭିଯୋଗକାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି । ଏନେଇ ଭୁବନେଶ୍ୱର ଭିଜିଲାନ୍ସରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ଭିଜିଲାନ୍ସ ।

Leave A Reply

Your email address will not be published.