Latest Odisha News

BREAKING NEWS

ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ୱର : ରାଜ୍ୟର ସରକାରୀ ଉଦ୍ୟୋଗ (ପି.ଏସ୍.ୟୁ)ଗୁଡିକର କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ମଞ୍ଜୁର କରିଛନ୍ତି ।

ଏହାଦ୍ୱାରା ପରିବର୍ତ୍ତୀତ ଦରମା ହାର ୨୦୧୭ ଅନୁଯାୟୀ ଦରମା ପାଉଥିବା କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭ ପ୍ରତିଶତରୁ ୯ ପ୍ରତିଶତକୁ ବୃଦ୍ଧି ହେଲା । ଏଥିସହିତ ୧ ଜୁଲାଇ ୨୦୧୮ରୁ ଏହା ପିଛିଲା ଭାବେ କାର୍ଯ୍ୟକାରୀ ହେବ ।

ଯେଉଁ ସରକାରୀ ଉଦ୍ୟୋଗ ଗୁଡିକ ସରକାରଙ୍କ ନିର୍ଦ୍ଧାରିତ ସର୍ତ୍ତ ପାଳନ କରିଥିବେ, ସେହି ଉଦ୍ୟୋଗର କର୍ମଚାରୀମାନେ ହିଁ ଏହି ମହଙ୍ଗା ଭତ୍ତା ପାଇପାରିବେ । ଅନ୍ୟପକ୍ଷରେ ଏହି ସର୍ତ୍ତ ପୂରଣ କରିନଥିବା ଉଦ୍ୟୋଗମାନେ ସେମାନଙ୍କର ପ୍ରଶାସନିକ ବିଭାଗ ଜରିଆରେ ସାଧାରଣ ବିଭାଗକୁ ଏହି ପ୍ରସ୍ତାବ ବିଚାର ପାଇଁ ପଠାଇପାରିବେ ।

Leave A Reply

Your email address will not be published.