Latest Odisha News

ରାଜଧାନୀରେ ଅଖା ଭିତରୁ ଯୁବକର ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗଙ୍ଗୁଆ ନାଳ ନିକଟରୁ ସୋମବାର ଦିନ ମଞ୍ଚେଶ୍ୱର ପୋଲିସ ଏକ ଯୁବକର ମୃତ ଦେହ ଉଦ୍ଧାର କରିଛି ।

ପୋଲିସ ସୂଚନା ଅନୁଯାୟୀ ମୃତକଙ୍କ ନାମ ରାଜେଶ ଭଦ୍ରା ବୋଲି ଜଣାପଡିଥିବା ବେଳେ ମୃତଦେହଟି ଏକ ଅଖା ଭିତରୁ ମିଳିଥିବା ନେଇ ସୂଚନା ମିଳିଛି ।

ତେବେ ପ୍ରଥମେ ମୃତଦେହଟିକୁ ସ୍ଥାନୀୟ ବାସିନ୍ଦା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ମୃତଦେହକୁ ଜବତ କରି ଝାନଭିନ୍ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.