Latest Odisha News

ରାଜ୍ୟ ସରକାର ଉଠାଇବେ ଉଷୁନା ଚାଉଳ

ଭୁବନେଶ୍ବର : ଖରିଫ ମାର୍କେଟିଂ ୨୦୨୧-୨୨ର ଗାଇଡଲାଇନ ସଂଶୋଧନ କରିଛି ଯୋଗାଣ ନିଗମ । ଗତବର୍ଷ ପରି ଚଳିତ ଖରିଫ ଋତୁରେ ମଧ୍ୟ କେନ୍ଦ୍ର ସରକାର ଉଷୁନା ଚାଉଳ ଉଠାଇବାକୁ ମନା କରିଛନ୍ତି । ତେଣୁ ନିଜ ମିଲରଙ୍କ ଦ୍ବାରା ଉଷୁନା ଚାଉଳ ଉଠାଇବାକୁ ନୀତି ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କମ୍‌ ମିଲର ଥିବା ଜିଲ୍ଲାକୁ ପାଖ ଜିଲ୍ଲାରୁ ଉଷୁନା ଚାଉଳ ଉଠାଇବାକୁ ମିଲର ପଠାଯିବ । ଯାହା ଫଳରେ ଯୋଗାଣ ନିଗମକୁ ଅଳ୍ପ ପରିବହନ ଖର୍ଚ୍ଚ ବହନ କରିବାକୁ ପଡ଼ିବ ବୋଲି କୁହାଯାଇଛି ।

ପୂର୍ବରୁ ନୂଆ ମିଲରଙ୍କୁ ଅନୁମତି ନଦେବାକୁ ନିୟମ ଥିଲା । ହେଲେ ଏଥର ସ୍ଥିତି ଦେଖି ପାଖ ଜିଲ୍ଲାରୁ ନୂଆ ମିଲରଙ୍କୁ ଉଷୁନା ଚାଉଳ ଉଠାଇବାକୁ ଅନୁମତି ମିଳିବ । ପୂର୍ବରୁ ଖରିଫ ଧାନ ସଂଗ୍ରହ ପାଇଁ ନଭେମ୍ବର ୧ ତାରିଖ ପୂର୍ବରୁ ମିଲରଙ୍କୁ ଆବେଦନ କରିବାକୁ ପଡୁଥିଲା । ହେଲେ ଏବେ ଏହି ନିୟମ କୋହଳ କରାଯାଇଛି । ଯେଉଁ ଜିଲ୍ଲାରେ ଯେବେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ, ତା’ ପୂର୍ବରୁ ମିଲରଙ୍କୁ ଆବେଦନ କରିବାକୁ ପଡ଼ିବ । ନିୟମ ସଂଶୋଧନ ନେଇ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ ସମସ୍ତ ସିଏସଓଙ୍କୁ ଚିଠି ଲେଖାଯାଇଛି ।

Leave A Reply

Your email address will not be published.