Latest Odisha News

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି । ଖୁବଶୀଘ୍ର ଘୋଷଣା ହୋଇପାରେ ନିର୍ବାଚନ ତାରିଖ । କିନ୍ତୁ ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆସନ୍ତା ୧୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । କିପରି ଅବାଧ ଓ ନିରପେକ୍ଷ ନିର୍ବାଚନ ହୋବ ସେନେଇ ବୈଠକରେ ଆଲୋଚନା କରାଯିବ ।

BjdElectrycity

ସେହିପରି ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ କିପରି କରୋନା ଗାଇଡଲାଇନରେ ନିର୍ବାଚନ ହେବ ସେନେଇ ବି ଆଲୋଚନା ହେବ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ରାଜନୈତିକ ଦଳରୁ ଜଣେ ପ୍ରତିନିଧିତ୍ବ କରିବା ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ନିର୍ବଚନ କମିଶନ । ଜିଲ୍ଲା ପରିଷଦ ଗୁଡ଼ିକର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ଦ୍ବିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମ ଅନୁସାରେ କାର୍ଯ୍ୟକାଳ ୫ବର୍ଷ ଶେଷ ହେବା ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବ ।

Leave A Reply

Your email address will not be published.