Latest Odisha News

BREAKING NEWS

ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌: ନିବେଶକଙ୍କୁ ସମ୍ବୋଧନ କରିବେ ନବୀନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୋମରୁ ଆସି ଦୁବାଇରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ  ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ  । ପୁଞ୍ଜି ନିବେଶକାରୀଙ୍କୁ ସମ୍ବୋଧନ କରି ଓଡ଼ିଶା ଆସି ଏଠାରେ ପୁଞ୍ଜି ନିବେଶ କରିବା ପାଇଁ ଆଲୋଚନା କରିବେ ।

ଓଡ଼ିଶା ସରକାର ଓ ଫିକିର  ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏଥିରେ ଭାଗ ନେବା ପାଇଁ ଓଡ଼ିଶାରୁ ଏକ ଉଚ୍ଚସ୍ତରୀୟ ଟିମ୍‌ ଦୁବାଇରେ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।  ଓଡ଼ିଶାର ବହୁ ଶିଳ୍ପ ସଂସ୍ଥାର ପ୍ରତିନିଧି  ଏବଂ କିଛି ମନ୍ତ୍ରୀ ମଧ୍ୟ ଦୁବାଇରେ ପହଞ୍ଚିଥିବା ସୂଚନା ମିଳିଛି ।

Leave A Reply

Your email address will not be published.