Latest Odisha News

BREAKING NEWS

କାଲି ମହାରାଷ୍ଟ୍ରରେ ବହୁମତ ପରୀକ୍ଷା, ସରକାର ବଞ୍ଚାଇବାକୁ ପାୱାରଙ୍କ ଘରେ ଘନ ଘନ ବୈଠକ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି । ରାଜ୍ୟପାଳ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ସରକାର ବହୁମତ ସାବ୍ୟସ୍ତ କରିବ । ମହାବିକାଶ ଅଘାଡ଼ି ମେଣ୍ଟରୁ ୩୯ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ରାଜ୍ୟପାଳ କହିଛନ୍ତି । ଗୁରୁବାର ଦିନ ୧୧ଟାରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି ରାଜ୍ୟପାଳ ଭଗତ ସିଂବ କୋଶ୍ୟାରି ଜଣାଇଛନ୍ତି ।

ଅନ୍ୟପଟେ ଫ୍ଲୋର ଟେଷ୍ଟକୁ ବିରୋଧ କରି ଶିବସେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି ସଞ୍ଜୟ ରାଉତ । ୧୬ ଅଯୋଗ୍ୟ ବିଧାୟକଙ୍କ ଉପରେ ଜୁଲାଇ ୧୧ ଯାଏ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଯେ ପର୍ଯ୍ୟନ୍ତ ୧୬ ବିଧାୟକ ଅଯୋଗ୍ୟ କି ନୁହେଁ ଜଣାପଡ଼ିନାହିଁ । ସେମାନେ କିଭଳି ଭୋଟ୍ ଦେବେ ବୋଲି ପ୍ରଶ୍ନ କରିଛନ୍ତି ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ । ଶୁଣାଣି ଶେଷ ପୂର୍ବରୁ ବହୁମତ ପରୀକ୍ଷା କୋର୍ଟଙ୍କ ଅବମାନନା ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଦ୍ରୋହୀ ବିଧାୟକ ମାନେ ଏକନାଥ ସିନ୍ଦେଙ୍କ ସହ ବହୁମତ ପରୀକ୍ଷା ପାଇଁ ମୁମ୍ବାଇ ଫେରିବେ । ସୂଚନାଯୋଗ୍ୟ, ବିଜେପି ସହ ଆଉ କିଛି ସ୍ୱାଧୀନ ବିଧାୟକ ଫ୍ଲୋର ଟେଷ୍ଟ ଦାବି କରିବା ପରେ ଦେବେନ୍ଦ୍ର ଫଡଣାବିସ୍ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କୁ ଭେଟିଥିଲେ ।

ଫ୍ଲୋର ଟେଷ୍ଟ ନେଇ ରାଜ୍ୟପାଳଙ୍କ ଚିଠି ପରେ ମହାବିକାଶ ଅଘାଡ଼ି ମେଣ୍ଟ ଅଡ଼ୁଆରେ ପଡ଼ିଛି । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ମହାବିକାଶ ଅଘାଡ଼ି ମେଣ୍ଟର ବରିଷ୍ଠ ନେତା ମାନେ ଘନ ଘନ ବୈଠକ କରି ଆଲୋଚନା କରୁଛନ୍ତି । ଏଥିରେ କଂଗ୍ରେସ ନେତା ବାଲାସାହେବ ଥୋରାତ, ଗୃହମନ୍ତ୍ରୀ ଦିଲୀପ ବାଲସେ ପାଟିଲ୍, ଜୟନ୍ତ ପାଟିଲ୍, ହସନ ମସରିଫ୍ ଓ ସାଂସଦ ସୁନୀଲ ଟାଟକର ଉପସ୍ଥିତ ଅଛନ୍ତି । ଅନ୍ୟପଟେ ବିଜେପି ବିଧାୟକମାନଙ୍କୁ ତାଜ ପ୍ରେସିଡେଣ୍ଟ ହୋଟେଲରେ ଏକତ୍ର ହେବାକୁ କୁହାଯାଇଛି ।

Leave A Reply

Your email address will not be published.