Latest Odisha News

BREAKING NEWS

ଓଡ଼ିଶା ଆଇପିଏସ୍ ଅଧିକାରୀ କେ. ଶିବା. ସୁବ୍ରମଣି ସିବିଆଇ ଏସପିଭାବେ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା-କ୍ୟାଡ଼ର ଆଇପିଏସ୍ ଅଧିକାରୀ କେ.ଶିବା ସୁବ୍ରମଣିଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଏସପିଭାବେ ନିଯୁକ୍ତି କରାଯାଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି।

୨୦୧୦ ବ୍ୟାଚ ଆଇପିଏସ୍ ଅଧିକାରୀ ବର୍ତ୍ତମାନ ଓଡ଼ିଶାର ଢ଼େଙ୍କାନାଳ ଜିଲ୍ଲା ଏସପି ଭାବେ କାର୍ଯ୍ୟ କରୁଛନ୍ତି। କେ. ଶିବା ସୁବ୍ରମଣି ଆଇପିଏସ୍(ଙଊ:୨୦୧୦)ଙ୍କ ସେବା ବର୍ତ୍ତମାନ ଢ଼େଙ୍କାନାଳ ଏସପି, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋରେ ପୋଲିସ ଅଧୀକ୍ଷକଭାବେ ନିଯୁକ୍ତି ପାଇଁ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ଅଧୀନରେ ରଖାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ପଦବୀ ଗ୍ରହଣ ହେବାର ତାରିଖଠାରୁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାରି ବର୍ଷ ପାଇଁ ଡ଼େପୁଟେସନ ଆଧାରରେ ରହିବେ।

Leave A Reply

Your email address will not be published.