Latest Odisha News

BREAKING NEWS

ନବରଙ୍ଗପୁର ଏସପିଙ୍କ ବଡ଼ ବୟାନ, ‘ଝିଅ ଓ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ନକ୍ସଲ’

ନବରଙ୍ଗପୁର: ଦାନ୍ତେୱାଡ଼ା ବିସ୍ଫୋରଣ ପରେ ଓଡ଼ିଶାର ୩ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ହାଇ ଆଲର୍ଟ ଭିତରେ ନବରଙ୍ଗପୁରରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ ସୀମାରେ ଏସଓଜିର ୨ଟି ଟିମ୍ ମାଓ ବିରୋଧୀ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିବା ସୂଚନା ଦେଇଛନ୍ତି ଏସପି ଏସ୍. ଶୁଶ୍ରୀ ।

ପ୍ରେସମିଟରେ ନକ୍ସଲଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଏସପି । କହିଛନ୍ତି, ନକ୍ସଲମାନେ ଝିଅ ଓ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି । ଗତକାଲି ଗୁଳି ବିନିୟ ପରେ ନକ୍ସଲ କ୍ୟାମ୍ପରୁ ବିପୁଳ ପରିମାଣର ଗର୍ଭନିରୋଧ ମିଳିଛି । ଯେଉଁଥିରୁ ଜଣାପଡ଼ୁଛି ନକ୍ସଲମାନେ ଯୌନ ନିର୍ଯାତନା ଦେଥିଲେ ବୋଲି ଏସପି କହିଛନ୍ତି ।

ଗତକାଲି ପ୍ରାୟ ଅଧ ଘଣ୍ଟା ଧରି ପୋଲିସ ସହ ୨୫ ସଶସ୍ତ୍ର ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ଘଟଣାସ୍ଥଳରୁ ଏକାଧିକ ଆଇଡି ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଦାନ୍ତେୱାଡ଼ା ବିସ୍ଫୋରଣ ପରେ ଓଡ଼ିଶାର ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି ।

Leave A Reply

Your email address will not be published.