Latest Odisha News

ଜାଲ ସାର୍ଟିଫିକେଟରେ ୪କୋଟି ଠକେଇ; ଅବସରପ୍ରାପ୍ତ ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଧରିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର:ଏକ ଠକେଇ ମାମଲାର ଇଓଡବ୍ଲ୍ୟୁ (Economic Offences Wing)  ଭୁବନେଶ୍ୱରରୁ ଅର୍ବାନ କୋପରେଟଭ ବ୍ୟାଙ୍କର ଅବସରପ୍ରାପ୍ତ ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ଏମାନେ ଜାଲ ଏଲଆଇସି କାଗଜପତ୍ର ଦେଖାଇ ୩ ଜଣ ବ୍ୟକ୍ତିଙ୍କୁ ୩.୮୨ କୋଟି ଟଙ୍କା  ଋଣ ଦେଇଥିବା ଅଭିଯୋଗ ହୋଇଥିଲା । ଗିରଫ ତିନିଜଣ ହେଲେ ନୂଆପାଟଣା ଶାଖାର ଅବସରପ୍ରାପ୍ତ ବ୍ରାଞ୍ଚ ମ୍ୟାନେଜର  ସେଖ ଅବଦୁଲ ହାଇ, କଟକ ଖ୍ରୀଷ୍ଟ ମହାବିଦ୍ୟାଳୟର କୋ ଅପରେଟିଭ ବ୍ୟାଙ୍କ ସଂପ୍ରସାରଣ କାଉଣ୍ଟରର ବରିଷ୍ଠ ସହାୟକ ପ୍ରକାଶ କୁମାର ମହାପାତ୍ର ଓ ପ୍ରାକ୍ତନ ଏଲଆଇସି ଏଜେଣ୍ଟ ମୁସ୍ତାକିମ୍ ରଜା।

ଏମାନଙ୍କ ବିରୋଧରେ ଅର୍ବାନ କୋଅପରେଟିଭ ବ୍ୟାଙ୍କର ଚିଫ ଏକ୍ଜ୍ୟୁକିଟିଭ ଅଫିସର ପ୍ରିୟବ୍ରତ ପଣ୍ଡାଙ୍କ ଏମାନଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଏମାନଙ୍କୁ ଗିରଫ କରାଯାଇଛି । ତିନି ଅଭିଯୁକ୍ତଙ୍କୁ ଆଜି   ଜେଏମଏଫସି କେର୍ଟରେ ହାଜର କରାଯାଇଛି।

ପ୍ରିୟବ୍ରତ ପଣ୍ଡାଙ୍କ କହିବା ଅନୁଯାୟୀ, ୨୦୧୯-୨୧ରେ ଏମାନେ ଜାଲ ଏଲଆଇସି ସାର୍ଟିଫିକେଟ ଦେଖାଇ  ତିନିଜଣଙ୍କୁ ୮ଟି ଲୋନରେ ୩.୮୨ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲେ । ଯାହାର ବର୍ତ୍ତମାନ ମୂଲ୍ୟ ୪. ୧୩ କୋଟି ହେବ ।

ବ୍ରାଞ୍ଚ ମ୍ୟାନେଜର  ସେଖ ଅବଦୁଲ ହାଇ ଏବଂ ବରିଷ୍ଠ ସହାୟକ ପ୍ରକାଶ କୁମାର ମହାପାତ୍ର ଷଡଯନ୍ତ୍ର କରି ଏଲଆଇସି ଏଜେଣ୍ଟ ମୁସ୍ତାକମି ରାଜା ଏବଂ ଅନ୍ୟ ୨ ଜଣଙ୍କୁ ଋଣ ମଞ୍ଜୁର କରିଥିଲେ । ଏମାନେ  ବ୍ୟାଙ୍କ ଗାଇଡ ଲାଇନ ଉଲ୍ଲଘଂନ କରି ଋଣ ମଞ୍ଜୁର କରିଥିଲେ । ଏପରିକି ଏହି ଏଲଆଇସି ସାର୍ଟିଫିକେଟ ଜାଲ କି ନୁହେଁ ତାହାର ଯାଞ୍ଚ ମଧ୍ୟ କରି ନ ଥିଲେ । ଏପରିକି ଏମାନେ ଏହି ଲୋନକୁ ରିନିଉ କରି ନୂଆ ଲୋନ ନେଇଥିଲେ । ଏହି ଏଲଆଇସି ସାର୍ଟିଫିକେଟର ପଲିସି ହୋଲଡରଙ୍କ ନାଁ ପରିବର୍ତ୍ତନ କରି ଏମାନେ ଏହି ଋଣ ହାତେଇବାରେ ସଫଳ ହୋଇଥିଲେ । ଗିରଫ ଏଲଆଇସି ଏଜେଣ୍ଟ ମିସ୍ତାକିମ ରାଜା ୨୦୦୨ରୁ ୨୦୨୨ ପର୍ଯ୍ୟନ୍ତ ଏଲଆଇସି ଏଜେଣ୍ଟ ଥିଲେ । ଘଟଣାର ଅଧିକ ତଦନ୍ତ ଚାଲୁ ରହିଛି ।

 

 

Leave A Reply

Your email address will not be published.