Latest Odisha News

BREAKING NEWS

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ‘ଶ୍ୟାମ୍ ଓର’କୁ ମିଳିଲା ଜିଲିଙ୍ଗ୍ ଲୁହା ପଥର ଖଣି

ନୂଆଦିଲ୍ଲୀ: ଓଡ଼ିଶାର ଖଣି ଆବଣ୍ଟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଶ୍ୟାମ୍ ଓର ବୁଧବାର ଦିନ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଜିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣି ବ୍ଲକ ନେବାକୁ ସକ୍ଷମ ହୋଇଛି । ଏହି କ୍ରମରେ ଶ୍ୟାମ୍ ଓର ଓଡ଼ିଶା ସରକାରଙ୍କୁ ୧୩୫ ପ୍ରତିଶତ ବିକ୍ରିମୂଲ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି ।

ଏହି ଖଣିଟି ବର୍ତ୍ତମାନ ଏସେଲ୍ ମାଇନିଂ ଇଣ୍ଡଷ୍ଟ୍ରିଜ ଅଧିନରେ ରହିଛି ।

ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ନିଲାମ ପ୍ରକ୍ରିୟାରେ ଶ୍ୟାମ୍ ଓର ବ୍ୟତୀତ ଅନ୍ୟ ଯେଉଁ ପ୍ରମୁଖ କମ୍ପାନୀ ଗୁଡ଼ିକ ନିଲାମ ପ୍ରକ୍ରିୟାରେ ସାମିଲ୍ ହୋଇଥିଲେ ସେହି କମ୍ପାନୀ ଗୁଡ଼ିକ ହେଲେ, ଆଦାନୀ ଏଣ୍ଟରପ୍ରାଇଜେସ, ସେରାଜୁଦ୍ଦିନ ଏଣ୍ଡ କମ୍ପାନୀ, ଜେଏସଡ଼ବ୍ଲୁ ଷ୍ଟିଲ, ରୁଙ୍ଗଟା ଫ୍ରିଗ୍ରେଡ଼ ଏବଂ ଏସେଲ୍ ମାଇନିଂ ଇଣ୍ଡଷ୍ଟ୍ରିଜ ।

ଏହି ପ୍ରକ୍ରିୟା ଏବେ ଜାରି ରହିଥିବା ବେଳେ ଆଜି ପୂର୍ବରୁ ଜେଏସଡ଼ବ୍ଲ୍ୟୁ ଷ୍ଟିଲ୍ ସୁନ୍ଦରଗଡ଼ ଜିଲ୍ଲାର ଗନୁଆ ଲୁହାପଥର ଖଣି ପାଇପାରିଛି । ଏହି କମ୍ପାନୀ ଓଡ଼ିଶା ସରକାରଙ୍କୁ ବିକ୍ରିମୂଲ୍ୟର ୧୩୨ ପ୍ରତିଶତ ପ୍ରଦାନ କରିବାକୁ ସ୍ଥିର କରିଛି ।

Leave A Reply

Your email address will not be published.