ମୁମ୍ବାଇ: ମାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଲେ ସାଉଥ ସୁନ୍ଦରୀ ଅଭିନେତ୍ରୀ କାଜଲ ଅଗ୍ରୱାଲ । ସିଙ୍ଗପୁରରେ ଥିବା ମାଡାମ ତୁଷାଦ ମ୍ୟୁଜିୟମରେ କାଜଲଙ୍କ ଏକ ମହମ ପ୍ରତିମୂର୍ତ୍ତି ତିଆରି କରାଯାଇଛି । ଏହାର ଉଦ୍ଘାଟନ ସେ ନିଜେ କରିଛନ୍ତି । ଏଥିପାଇଁ ସେ ନିଜ ପରିବାର ସହ ସିଙ୍ଗାପୁର ଯାଇଥିଲେ ।
କାଜଲଙ୍କ ତାଙ୍କ ପ୍ରତିମୂର୍ତ୍ତି ପାଖରେ ଠିଆ ହୋଇଥିବା କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋରେ କାଜଲ ଏକ ପର୍ପଲ କଳରର ଡ୍ରେସ୍ ପିନ୍ଧି ନିଜ ଷ୍ଟାଚ୍ୟୁ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ମାଡାମ ତୁଷାଦ ମ୍ୟୁଜିୟମରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି । କାଜଲ ଅଗ୍ରୱାଲ କେବଳ ଦକ୍ଷିଣ ଭାରତୀୟ ନୁହେଁ ବଲିଉଡ ଫିଲ୍ମରେ ମଧ୍ୟ ନିଜ ଅଭିନୟ ଯାଦୁ ଦେଖାଇଛନ୍ତି । ସେ ଫିଲ୍ମ ସିଂଘମରେ ଅଜୟ ଦେବଗାନ୍ଙ୍କ ଅପଜିଟ୍ରେ ନଜର ଆସିଥିଲେ ।
BREAKING NEWS
- FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ନାଁ
- CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ ପାଇଁ ଆବେଦନ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି
- ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ
- Odisha Textbook Scam: ୧୭୫ କୋଟିର ବହି, ୧୭୪୧ ତ୍ରୁଟି; ପାଠ୍ୟପୁସ୍ତକ ବିବାଦରେ PMO ହସ୍ତକ୍ଷେପ, ମୋହନ ସରକାରଙ୍କୁ ଜବାବ ତଲବ
- ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍, ୫.୧୫ ଲକ୍ଷ ଜବତ କଲା ଭିଜିଲାନ୍ସ
- ଜନସେବା କେନ୍ଦ୍ର ମାଲିକଙ୍କୁ ହତ୍ୟା ଅଭିଯୋଗ
- Odisha CAG Expose: ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳମାଳ ଅନିୟମିତତା; ୬୪୦ କୋଟି ଜରିମାନା ଆଦାୟ ହୋଇନି, DMF ଟଙ୍କାରେ ହକି ଷ୍ଟାଡିୟମ!
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ; ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ରେଡ୍
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…

Comments are closed.