Latest Odisha News

BREAKING NEWS

ମାଡାମ ତୁଷାଦ ମ୍ୟୁଜିୟମରେ କାଜଲ ଅଗ୍ରୱାଲ

ମୁମ୍ବାଇ: ମାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଲେ ସାଉଥ ସୁନ୍ଦରୀ ଅଭିନେତ୍ରୀ କାଜଲ ଅଗ୍ରୱାଲ । ସିଙ୍ଗପୁରରେ ଥିବା ମାଡାମ ତୁଷାଦ ମ୍ୟୁଜିୟମରେ କାଜଲଙ୍କ ଏକ ମହମ ପ୍ରତିମୂର୍ତ୍ତି ତିଆରି କରାଯାଇଛି । ଏହାର ଉଦ୍‌ଘାଟନ ସେ ନିଜେ କରିଛନ୍ତି । ଏଥିପାଇଁ ସେ ନିଜ ପରିବାର ସହ ସିଙ୍ଗାପୁର ଯାଇଥିଲେ । କାଜଲଙ୍କ ତାଙ୍କ ପ୍ରତିମୂର୍ତ୍ତି ପାଖରେ ଠିଆ ହୋଇଥିବା କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋରେ କାଜଲ ଏକ ପର୍ପଲ କଳରର ଡ୍ରେସ୍ ପିନ୍ଧି ନିଜ ଷ୍ଟାଚ୍ୟୁ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ମାଡାମ ତୁଷାଦ ମ୍ୟୁଜିୟମରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି । କାଜଲ ଅଗ୍ରୱାଲ କେବଳ ଦକ୍ଷିଣ ଭାରତୀୟ ନୁହେଁ ବଲିଉଡ ଫିଲ୍ମରେ ମଧ୍ୟ ନିଜ ଅଭିନୟ ଯାଦୁ ଦେଖାଇଛନ୍ତି । ସେ ଫିଲ୍ମ ସିଂଘମରେ ଅଜୟ ଦେବଗାନ୍‌ଙ୍କ ଅପଜିଟ୍‌ରେ ନଜର ଆସିଥିଲେ ।

Leave A Reply

Your email address will not be published.