Latest Odisha News

BREAKING NEWS

ହସ୍ପିଟାଲରେ ଭର୍ତ୍ତି ହେଲେ ବିଧାୟକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ପାଟନାର ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତାଙ୍କର ଅସୁସ୍ଥତାର କାରଣ ଜଣାପଡିନଥିବା ବେଳେ ନିକଟ ଅତୀତରେ ସରିଥିବା ବାଲେଶ୍ୱର ସଦର ବିଧାନସଭା ଉପ-ନିର୍ବାଚନରେ ସେ କ୍ୟାମ୍ପେନିଂ କରିଥିଲେ ।

ସେଠାରୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିବାରୁ ସେ ନିଜ ବାସଭବନରେ ଚିକିତ୍ସିତ ହେଉଥିଲେ ବୋଲି ସୁତ୍ରରୁ ପ୍ରକାଶ । ହେଲେ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ରବିବାର ଦିନ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

 

Leave A Reply

Your email address will not be published.