Latest Odisha News

BREAKING NEWS

ଶିଶୁ ଟିକାକରଣରେ ସମଗ୍ର ଦେଶରେ ଓଡିଶା ୧ ନମ୍ବର ସ୍ଥାନରେ

ଭୁବନେଶ୍ୱର : ଶିଶୁ ଟିକାକରଣରେ ସମଗ୍ର ଦେଶରେ ଓଡିଶା ଆଗରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରେ ଦ୍ୱିତୀୟ ପଯ୍ୟାୟ ରିପୋର୍ଟରେ ଏହା କୁହାଯାଇଛି । ଓଡିଶାର ଏହି ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରାଯାଇଛି ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ୧୨ ମାସରୁ ୨୩ ମାସ ଶିଶୁଙ୍କ ସମ୍ପୁର୍ଣ୍ଣ ଟିକାକରଣ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ୧ ନମ୍ବର ସ୍ଥାନ ଅଧିକାର କରିଛି ।ଓଡିଶାରେ ୧୨ ମାସରୁ ୨୩ ମାସର ପ୍ରାୟ ୯୦.୫ ପ୍ରତିଶତ ଶିଶୁଙ୍କ ସମ୍ପୁର୍ଣ୍ଣ ଟିକାକରଣ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ସର୍ଭେରେ ଦେଶରେ ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସାମିଲ କରାଯାଇଥିଲା ।

Leave A Reply

Your email address will not be published.