Latest Odisha News

BREAKING NEWS

ରଣଜୀ ଟ୍ରଫି: ବ୍ୟାଟିଂ ପରେ ଭଲ ବୋଲିଂ ପ୍ରଦର୍ଶନ ସହାୟତାରେ ଦୃଢ଼ ସ୍ଥିତିରେ ଓଡିଶା

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ପ୍ରଥମେ ବ୍ୟାଟିଂ ଏବଂ ପରେ ଭଲ ବୋଲିଂ ପ୍ରଦର୍ଶନ ସହାୟତାରେ ଓଡିଶା ଦୃଢ଼ ସ୍ଥିତିରେ ରହିଛି । ଗ୍ରୁପ ଡିର ଏକ ମୁକାବିଲାରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ମଧ୍ୟପ୍ରଦେଶ ୬ ୱିକେଟ ହରାଇ ୨୪୬ ରନ କରିଛି । ହର୍ଷ ଗୱାଲୀ ୧୩୭ ରନ କରି ଅପରାଜିତ ଅଛନ୍ତି । ଓଡିଶା ପକ୍ଷରୁ ସୁନୀଲ ରାଉଲ ୩ଟି ଓ ପ୍ରୟାସ ସିଂ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ସୁନୀଲ ତାଙ୍କ ପ୍ରଥମ ୩ଟି ରଣଜୀ ମ୍ୟାଚରେ ୧୯ ୱିକେଟ ନେଇ ପ୍ରଭାବିତ କରିଥିଲେ । ଏହି ମ୍ୟାଚରେ ତାଙ୍କ ବୋଲିଂ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କ ଶ୍ରେଷ୍ଠ ପ୍ରଦର୍ଶନ ସହାୟତାରେ ଓଡିଶା ପ୍ରଥମ ଇନିଂସରେ ୪୯୮ ରନ କରି ଅଲଆଉଟ ହୋଇଥିଲା ।

ଶୁଭ୍ରାଂଶୁ ୨୭୭ ରନର ଚମକପ୍ରଦ ଇନିଂସ ଖେଳିଥିଲେ । ହର୍ଷିତ ରାଠୋର ୬୦ ଓ ରାଜେଶ ଧୂପର ୫୧ ରନ କରିଥିଲେ । ସାଂରାଶ ଜୈନ ୩ଟି ୱିକେଟ ନେଇଥିଲେ । ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଓଡିଶା ୮ ୱିକେଟ ବିନିମୟରେ ୪୯୩ ରନ କରିଥିଲା । ରବିବାର ୮ଟି ବଲରେ ୨ଟି ଯାକ ୱିକେଟ ହରାଇଥିଲା । ମଧ୍ୟପ୍ରଦେଶ ଏବେ ଗୱାଲୀଙ୍କ ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି । ସୋମବାର ମ୍ୟାଚର ଅନ୍ତିମ ଦିବସ ।

Leave A Reply

Your email address will not be published.