Latest Odisha News

BREAKING NEWS

ଆଇପିଏଲ ନିଲାମରେ ଚର୍ଚ୍ଚା ସାଉଁଟିଲେ ଏହି ୩ ଲଳନା

ବାଙ୍ଗାଲୋର: ଆଇପିଏଲ ୨୦୨୨ ମୋଗା ନିଲାମର ଦ୍ୱିତୀୟ ଦିବସରେ ଫ୍ରାଂଚାଇଜମାେନେ ସେମାନଙ୍କ ପ୍ରିୟ ଖେଳାଳିଙ୍କୁ ଟିମରେ ସାମିଲ କରିବାରେ ଲାଗିଛନ୍ତି । ତେବେ ଏହି ନିଲାମ ପ୍ରକ୍ରିୟାରେ ଚର୍ଚ୍ଚା ସାଉଁଟିଛି ୩ ଲଳନା । ସେମାନେ ହେଲେ କାବ୍ୟା ମାରନ, ସୁହାନ ଖାଁ ଓ ଜାହ୍ନବୀ ମେହେଟ୍ଟା । ସନରାଇଜର୍ସ ହାଇଦ୍ରାବାଦର ମାଲିକ କଳାନିଧି ମାରନଙ୍କ ଝିଅ ହେଲେ କାବ୍ୟା । ନିଲାମ ପ୍ରକ୍ରିୟାରେ ନିଜ ଟିମ ପାଇଁ ଭଲ ଖେଳାଳି ଚୟନ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗ ଦେଉଥିବା ଦେଖିବାକୁ ମିଳିଥିଲା ।

ବଲିଉଡ ଅଭିନେତା ତଥା କେକେଆରର ମାଲିକ ଶାହାରୁଖ ଖାଁ ଝିଅ ସୁହାନା ଏବଂ ଜୁହୀ ଚାୱାଲାଙ୍କ ଝିଅ ଜାହ୍ନବୀ ମେହେଟ୍ଟା ଖେଳାଳି ଚୟନ କରିବା ସହ ଦଳର ସମୀକରଣ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟ ଅର୍ଥରେ ଖେଳାଳିଙ୍କଠାରୁ ଆରମ୍ଭ କରି ଫ୍ରାଂଚାଇଜମାନେ ଏଥର ଯୁବ ପିଢ଼ୀଙ୍କ ଉପରେ ସମ୍ପୂର୍ଣ୍ଣ ଭରୋଷା ଦେଖାଉଛନ୍ତି ।

Comments are closed, but trackbacks and pingbacks are open.