Latest Odisha News

BREAKING NEWS

ଇଟା ଭାଟିରୁ ମିଳିଲା ହୀରା, ରାତାରାତି ହୋଇଗଲେ କୋଟିପତି

ଭୋପାଳ: ଇଟା ଭାଟି ବ୍ୟବସାୟ ରାତାରାତି ହେଲେ କୋଟିପତି । କାରଣ ସେ କାମ କରୁଥିବା ଇଟା ଭାଟିରୁ ମିଳିଲା ୨୬.୧୧ କ୍ୟାରେଟ ହୀରା । ଏଭଳିି ଘଟଣା ଘଟିଛି ମଧ୍ୟପ୍ରଦେଶର ପାନ୍ନ ଜିଲ୍ଲାରେ । ମଙ୍ଗଳବାର ରବି ପଟେଲ ନାମକ ଜଣେ ସରକାରୀ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ପାନ୍ନା ସହରର କିଶୋରଗଞ୍ଜର ବାସିନ୍ଦା ସୁଶୀଲ ଶୁକ୍ଳା ଏବଂ ତାଙ୍କ ସହଯୋଗୀମାନେ ସୋମବାର ଏହି ହୀରା କଲ୍ୟାଣପୁର ଅଞ୍ଚଳରେ ଅବସ୍ଥିତ ଏକ ଖଣିରୁ ପାଇଥିଲେ । ସୁଶୀଲ ଏହାକୁ ପାଇବା ପରେ ରବି ପଟେଲ (ସରକାରୀ ଅଧିକାରୀ)ଙ୍କୁ ଜଣାଇଥିଲେ ।

ରବି ପଟେଲ କହିଛନ୍ତି ଏହି ମୂଲ୍ୟବାନ ପଥର ନିଲାମ ବେଳେ ପ୍ରାୟ ୧.୨୦ କୋଟି ଟଙ୍କାରେ ବିକ୍ରି ହେବ । ନିଲାମ ହେବା ପରେ ଟିକସକୁ ବାଦ ଦେଇ ବଳକା ଟଙ୍କାକୁ ସୁଶୀଲଙ୍କୁ ଦିଆଯିବ ।

ହୀରା ମିଳିଥିବା ଅଞ୍ଚଳକୁ ସୁଶୀଲ ଅନ୍ୟ ୫ ଜଣଙ୍କ ସହ ମିଶି ନିଲାମରେ ନେଇଥିଲେ। ସୋମବାର ଏଠାରେ ଖନନ କାର୍ୟ୍ୟ କରାଯାଉଥିବା ବେଳେ ତାଙ୍କୁ ହୀରା ମିଳିଥିଲା । ସୁଶୀଲ ଓ ତାଙ୍କ ପରିବାର ଦୀର୍ଘ ୨୦ ବର୍ଷ ହେଲେ ଖଣି ଖନନ କାର୍ୟ୍ୟରେ ଲାଗିଥିଲେ ହେଲେ ପ୍ରଥମଥର ପାଇଁ ତାଙ୍କୁ ଏଭଳି ହୀରା ମିଳିଥିବା ସେ କହିଛନ୍ତି।

ତାଙ୍କ କହିବା କଥା, “ହୀରା ନିଲାମ ପରେ ମୋତେ ଯାହା ବି ଟଙ୍କା ମିଳିବ, ସେହି ଟଙ୍କାରେ ମୁଁ ଗୋଟିଏ ବ୍ୟବସାୟୀ ଆରମ୍ଭ କରିବି।”

Comments are closed, but trackbacks and pingbacks are open.