Latest Odisha News

BREAKING NEWS

କୋରାପୁଟରେ ପୋଲିସ ଡିଜି ଅଭୟ, ମାଓ ଦମନ ରଣନୀତିର ସମୀକ୍ଷା

ସୁନାବେଡା: କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ସୁନାବେଡ଼ାରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ । ମାଓବାଦୀଙ୍କ ଗତିବିଧି ଓ ମାଓ ଦମନ ରଣନୀତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି । ମାଓ ଦମଲ ଅଭିଯାନ ଓ ଆଗାମୀ ରଣନୀତି ବାବଦରେ ଜିଲ୍ଲା ପୋଲିସ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ।

ପୋଲିସ ଡିଜିଙ୍କ ସହ ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍, ବିଏସଏଫ ଆଇଜି ଓ କୋରାପୁଟ ଏସପି ଉପସ୍ଥିତ ଥିଲେ । ଏଥିସହ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ବାବଦରେ ବି ଆଲୋଚନା କରିଥିବା ସୂଚନା ମିଳିଛି । କୋରାପୁଟ ସହ  ମାଲକାନଗିରି ଓ କନ୍ଧମାଳ ଜିଲ୍ଲା ଗସ୍ତରେ ବି ଯିବେ ପୋଲିସ ଡିଜି ।

Leave A Reply

Your email address will not be published.