Latest Odisha News

BREAKING NEWS

ରାମ ମନ୍ଦିରକୁ ୧ କୋଟି ଦାନ କଲେ ଉଦ୍ଧବ ଠାକରେ

ଅଯୋଧ୍ୟା: ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେଠାରେ ପହଂଚି ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ପାଇଁ ସେ ୧ କୋଟି ଟଙ୍କା ଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶହେ ଦିନର କାର୍ଯ୍ୟକାଳ ପୂରଣ କରିବା ଅବସରରେ ଅଯୋଧ୍ୟା ଗସ୍ତରେ ଯାଇଥିଲେ ଶିବସେନା ନେତା ଉଦ୍ଧବ ।
ଦେଢ଼ ବର୍ଷ ମଧ୍ୟରେ ଅଯୋଧ୍ୟାକୁ ଏହା ତାଙ୍କର ତୃତୀୟ ଗସ୍ତ ବୋଲି ସେ କହିଛନ୍ତି । ତାଙ୍କ ସହ ପରିବାରର ସଦସ୍ୟମାନେ ଥିବା ବେଳେ ସେ ରାମଲଲାଙ୍କ ଆଶୀର୍ବାଦ ନେବାକୁ ଆସିଛନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବିଜେପି ଠାରୁ ଅଲଗା ହୋଇଛି ସତ ହେଲେ ହିନ୍ଦୁତ୍ୱଠାରୁ ନୁହେଁ । ଏଥିସହ ସେ ଉତ୍ତରପ୍ରଦେଶ ମଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଯୋଧ୍ୟାରେ ଏକ ଜାଗା ଦେବା ପାଇଁ ଅନୁରୋଧ କରିଛନ୍ତି । ଯଦି ସେ ଜାଗା ଦେବେ ସେଠାରେ ସେ ମହାରାଷ୍ଟ୍ର ନିର୍ମାଣ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.