Latest Odisha News

BREAKING NEWS

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଶା କୁଇଜ୍ ପ୍ରତିଯୋଗିତା

ଭୁବନେଶ୍ୱର :  ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହେଉଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ତିନି ଦିନ ଧରି କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ତଥା କୁଇଜ୍ ମାଷ୍ଟର ପ୍ରାଧ୍ୟାପକ ଶୁଭେନ୍ଦୁ ମହାନ୍ତି ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।

ଏହି ମୁକ୍ତ କୁଇଜ୍ ପ୍ରତିଯୋଗିତାରେ ବହୁ ଛାତ୍ର ଛାତ୍ରୀ ଗବେଷକ, ବୁଦ୍ଧିଜୀବୀ ଓ ସର୍ବସାଧାରଣ ଭାଗ ନେଇଥିଲେ l ପ୍ରତିଯୋଗୀତାରେ ଭାଗ ନେଇ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ଟି ସାର୍ଟ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା l ଏହି କୁଇଜ୍ ପ୍ରତିଯୋଗିତା ଦର୍ଶକମାନଙ୍କ ପାଇଁ ସମ୍ମିଳନୀର ଏକ ମୁଖ୍ୟ ଆକର୍ଷଣ ଥିଲା ।

Leave A Reply

Your email address will not be published.